୭୨ ଘଣ୍ଟା ମଧ୍ୟରେ ପାଞ୍ଚ ପାଞ୍ଚ ଟି ହତ୍ୟାକାଣ୍ଡ
21/06/2018 at 10:27 PM

ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ପାଣିକେଶ୍ୱର ଗାଆଁରେ ଘଟିଛି ଅଭାବନୀୟ ଘଟଣା। ଗାଆଁ ଦାଣ୍ଡରେ ପୁଣି ହତ୍ୟାକାଣ୍ଡ। ଅଜ୍ଞାନ ସ୍ୱାଇଁ ଏବଂ ତାଙ୍କ ସ୍ତ୍ରୀ ଗତକାଲି ରାତିରେ ବଜାରରୁ ଘରକୁ ଫେରିବା ବାଟରେ କେତେକ ଦୁର୍ବୁତ୍ତ ଘାତକ ଆକ୍ରମଣ କରିଥିଲେ। ମୁଣ୍ଡକୁ ଜୋରରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡା ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ଆଜି ମେଡିକାଲ୍ରେ ଅଜ୍ଞାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ରାଜନୈତିକ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଅଜ୍ଞାନ ବି.ଜେ.ଡିର ଜଣେ ଦୃଢ ସମର୍ଥକ ଥିଲେ। ଗତ କିଛି ଦିନ ହେଲା ଅଜ୍ଞାନଙ୍କ ଉପରେ ଅପର ଗୋଷ୍ଠୀ ଗଣ୍ଡଗୋଳ କରିଥିଲେ। ପୂର୍ବରୁ ମଧ୍ୟ ଅଜ୍ଞାନଙ୍କ ପରିବାର ସଦସ୍ୟ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ପରିବାରବର୍ଗ ବୁଗୁଡା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ଦୋଷୀଙ୍କ ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାରବର୍ଗ ଦାବୀ କରିଛନ୍ତି।