୪ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସଜା କାଟୁ୍ଥିବା ଯୁବକଙ୍କୁ ନିର୍ଦ୍ଧୋଷରେ ଖଲାସ କଲା କୋର୍ଟ
8/02/2019 at 7:41 PM

ହିସାର ୮/୨-ଦୁଷ୍କର୍ମ ଅଭିଯୋଗରେ ସଜାକଟୁଥିବା ଜଣେ ଯୁବକଙ୍କୁ ନିର୍ଦ୍ଧୋଷରେ ଖଲାସ କଲା କୋର୍ଟ । ଏହିଭଳି ସ୍ଫର୍ଶକାତର ଘଟଣାରେ ଯୁବକଙ୍କ ପରିବାର ପକ୍ଷରୁ ମଧ୍ୟ ରାଜକ୍ଷମା ଦେବାକୁ ବି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଲେଖିଥିଲେ ଚିଠି ।
ଏହି ଘଟଣା ଘଟିଛି ସାଂପଲା ଥାନା ଅଂଚଳରେ । ମାର୍ଚ୍ଚ ୧୩ ତାରିଖ ୨୦୧୩ ମସିହାରେ ଚିନୁ ନାମକ ଜଣେ ଯୁବକଙ୍କ ନାଁରେ ଦୁଷ୍କର୍ମର ଅଭିଯୋଗ ଆସିଥିଲା । ୪ ବର୍ଷର ଜଣେ ନାବାଳିକା କନ୍ୟାକୁ ଦୁଷ୍କର୍ମ କରି ହତ୍ୟା କରିବା ଅଭିଯୋଗ ଆସିଥିଲା ।
ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ଚିନୁକୁ କରିଥିଲା ଗିରଫ । ବିଚାର ବିଭାଗୀୟ ଅଦାଲତ ମଧ୍ୟ ଆଜୀବନ କାରାଦଣ୍ଡ ଶୁଣାଇଥିଲା ।
ତଳକୋର୍ଟ ଶୁଣାଇଥିବା ରାୟକୁ ଚ୍ୟାଲେଂଜ କରି ଉପର କୋର୍ଟରେ ଚିନୁଙ୍କ ପରିବାର ତରଫରୁ ପିଟିସନ ଆଗତ କରାଯାଇଥିଲା ।
ଏହି ମାମଲର ଶୁଣାଣି କରି ଉପରକୋର୍ଟ ଚିନୁକୁ ଦୋଷୀ ମୁକ୍ତ କରିଥିଲା ।