Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଛାଡ଼ିଗଲା ହିରୋଗିରି: ବିଚ୍‌ ରାସ୍ତାରେ ଲଙ୍ଗଳା କରି ନିର୍ଧୁମ ପିଟିଲେ ତିନି ଭଉଣୀ….

20/01/2020 at 3:41 PM

ଆମ୍ବଲା୨୦/୧: ତିନି ନାବାଳିକା ଭଉଣୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଅଶ୍ଲୀଳ ଇଙ୍ଗିତ କରିବା ଯୁବକକୁ ପଡ଼ିଲା ମହଙ୍ଗା। ଅଭିଯୁକ୍ତ ଯୁବକର ନାଁ ପଓ୍ବନ କୁମାର। ବିଚ୍‌ ରାସ୍ତାରେ ପରିବାର ଲୋକଙ୍କ ସାମ୍ନାରେ ରୋଡ ରୋମିଓ ପଓ୍ବନ କୁମାରକୁ ତିନି ଭଉଣୀ ମିଶି ଲଙ୍ଗଳା କରି ନିସ୍ତୁକ ମାଡ଼ ମାରିଲେ। ଏହି ଘଟଣାରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ଜମା ହୋଇଯାଇଥିଲେ। କିନ୍ତୁ ତିନି ଭଉଣୀ ଓ ପରିବାର ପଓ୍ବନକୁ ଛାଡ଼ି ନଥିଲେ। ଯୁବକକୁ ମାଡ଼ ମାରିବା ସହ ପୋଲିସ୍‌କୁ ହସ୍ତାନ୍ତର କରିଥିଲେ ପରିବାର ଲୋକ। ହରିୟାଣାର ଆମ୍ବଲା ସହରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବା ମୁତାବକ, ପ୍ରତିଦିନ ତିନି ଭଉଣୀଙ୍କ ଯିବା ବାଟରେ ପଓ୍ବନ ସେମାନଙ୍କୁ ହଇରାଣ ହରକତ କରୁଥିଲା। ଏହି ସଂପର୍କରେ ପରିବାର ଲୋକଙ୍କୁ ତିନି ଭଉଣୀ କହିଥିଲେ। ପ୍ରତିଦିନ ଭଳି ସୋମବାର ଅର୍ଥାତ ଆଜି ତିନି ଭଉଣୀଙ୍କ ଯିବା ରାସ୍ତାରେ ଯୁବକ ପଓ୍ବନ କୁମାର ସେମାନଙ୍କୁ ହଇରାଣ କରିଥିଲା। ସେହି ସମୟ​‌ରେ ପୀଡ଼ିତାଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ କାବୁ କରି ନେଇଥିଲେ। ତା ପରେ ଆରମ୍ଭ ହୋଇଯାଇଥିଲା ମହାଭାରତ। ପରିବାର ଲୋକଙ୍କ ଉପସ୍ଥିତି​‌ରେ ତିନି ଭଉଣୀ ସେହି ଯୁବକକୁ ବିଚ୍ ରାସ୍ତାରେ ଲଙ୍ଗଳା କରି ବାଡ଼େଇଥିଲେ। ସୋମବାର ସକାଳ ୯ଟା ୩୦ ମିନିଟ୍ ସମୟରେ ଆମ୍ବଲା ସହରରେ ନିକଟରେ ରୋଡ଼ ରୋମିଓ ଛେଚା ଖାଇଛି।

ସୂଚନାଯୋଗ୍ୟ ଯେ ପ୍ରତିଦିନ ତିନି ଭଉଣୀ କଲେଜ ଯିବା ବାଟରେ ଯୁବକ ପଓ୍ବନ କୁମାର ଖରାପ ଭାଷାରେ ସେମାନଙ୍କୁ ଗାଳି ଗୁଲଜ କରୁଥିଲା। ପରବର୍ତ୍ତୀ ସମୟରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାକୁ ଗିରଫ କରିଥିଲା।

   Related Posts