୨୦୧୯ ପୂର୍ବରୁ ଆଗୁଆ ନିର୍ବାଚନ ହେବା ନେଇ ଆଭାସ : Special Report (25.06.2018)
25/06/2018 at 11:35 PM

୨୦୧୯ ପୂର୍ବରୁ ଆଗୁଆ ନିର୍ବାଚନ ହେବା ନେଇ ଆଭାସ । ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଏହି ଆଭାସ ଦେଉଛି । ନିର୍ବାଚନ ପ୍ରସ୍ତୁତି ଲାଗି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ ହେବ ତାର ଆକଳନ କରିବା, ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ବୁଥ ଚିହ୍ନଟ କରିବା ସହ ଇଭିଏମ ଓ ଭିଭିପାଟ୍ ମେସିନ ରଖିବା ଲାଗି ଷ୍ଟ୍ରଙ୍ଗ ରୁମ୍ ନିର୍ମାଣ ସଂପର୍କରେ ଜଣାଇବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେପଟେ ନିର୍ବାଚନ ଅଧିକାରୀଙ୍କ ପ୍ରସ୍ତୁତି ଖବର ରାଜନୈତିକ ଦଳ ଗୁଡିକୁ ଅଧିକ ଆକ୍ଟିଭ କରିଛି । ଯଦି ଆଗୁଆ ନିର୍ବାଚନ ହୁଏ ତେବେ ପ୍ରମୁଖ ରାଜନୈତିକ ଦଳଗୁଡିକ ପ୍ରସ୍ତୁତ ଥିବା କହିଛନ୍ତି ।
Related Posts
୪୫ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
21 January 2021