୧୭ ଡିସେମ୍ବର, ସୋମବାର
17/12/2018 at 11:22 AM

ମେଷ – ସାମୟିକ ଭାବେ ଅନ୍ୟ ମନସ୍କ ହୋଇପାରନ୍ତି । ସୁଖୀ ହେବେ । ସମ୍ମାନିତ ହେବାର ସୂଚନା ମିଳୁଛି । କୌଶଳରେ କାର୍ଯ୍ୟ ହାସଲ କରିବେ ।
ବୃଷ – ଦାନ-ଧର୍ମକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ପାରିବାରିକ ଶାନ୍ତି ମିଳିବ । ମନରେ ସାବା ଭାବନା ଜାଗ୍ରତ ହେବ । କର୍ମକ୍ଷତ୍ରରେ ଢେର ଉନ୍ନତି ଘଟିବ ।
ମିଥୁନ – ଅର୍ଥ ସଂଚୟ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ମାତ୍ର ରୋଜଗାର ଉଣା ହେବ । ଯୋଜନା ନିଷ୍ଫଳ ହୋଇପାରେ । ଶାରିରୀକ କଷ୍ଟ ଅନୁଭବ କରିବେ ।
କର୍କଟ- ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପାରେ । ତଥାପି ଆନନ୍ଦ ଉତ୍ସବରେ ଦିନଟି ବିତାଇ ପାରନ୍ତି । ଶୁବକର୍ମ କରଣୀୟ । ପାରିବାରିକ ସୁକ ମିଳିବ ।
ସିଂହ – ଅର୍ଜନ କରିଥିବା ଅନୁଭୂତି ବର୍ତ୍ତମାନ କାର୍ଯ୍ୟରେ ଲାଗିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁ ଦମନ କରି ନିଃଶଙ୍କ ହୋଇପାରନ୍ତି ।
କନ୍ୟା – କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହେବେ. ଧନ, ଜନ, ଗୋପ,ଲକ୍ଷ୍ମୀ ଚତୁଃବର୍ଗ ଦାୟକ ହେବେ । ବିଳାସ-ବ୍ୟସନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।
ତୁଳା – ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଲାଗି ରହିଥିବା ବିବାଦରେ ବିଜୟ ହେବେ । ଭ୍ରମଣ କାଳୀନ ପୀଡା ସନ୍ଧ୍ୟା ଛଅଟା ପରେ ଅନୁଭବ କରିବେ ।
ବିଛା – କାର୍ଯ୍ୟକୁ ଆୟତ୍ତରେ ରଖିବାକୁ ସକ୍ଷମ ହେବେ । ପ୍ରଶଂସିତ ହୋଇପାରନ୍ତି । ଦୀର୍ଘ ଦିନର ଆଶା ପୁରଣ ହେବ. ଧନ-ମାନ ସୁଖ-ସମ୍ଭୋଗ ସବୁ କିଛି ମିଳିପାରେ ।
ଧନୁ – ବ୍ୟବସାୟ ଲାଭଜନକ ହେବ । ବୈଶିଷ୍ଟ୍ୟତା ଲାଭ କରିପାରନ୍ତି । ଚିନ୍ତାଧାରା ମହତ୍ ଓ ଉତ୍ତମ ହେବ. ଦୃଢ ସଂକଳ୍ପ ନେଇ କାର୍ଯ୍ୟ ସଂପାଦନ କରିବେ ।
ମକର – ଲାଗି ରହିଥିବା ପାରିବାରିକ ଦ୍ୱନ୍ଦ୍ୱର ସୁ-ସମାଧାନ ହେବ । ରୁଚିକର ଭୋଜନ ମିଳିବ । ସରକାରଙ୍କ ସହାୟତାରୁ ଲାଭବାନ ହେବେ ।
କୁମ୍ଭ – ବ୍ୟୟ ବୃଦ୍ଧି ହେବାର ସମ୍ଭାବନା ଅଛି । କେତେକ କ୍ଷେତ୍ରରେ ଭୁଲ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ପାଇବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିବ ।
ମୀନ – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ନୀତିନିଷ୍ଠ ହେବେ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ ।