Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ହିନ୍ଦି ହାର୍ଟ ଲ୍ୟାଣ୍ଡରୁ ବିଜେପି ଖସିଲା , କାମ କଲାନି ମୋଦି ହାୱା: ବଦଳିବ ଜାତୀୟ ରାଜନୈତିକ ସମୀକରମ ଓ ଦୃଶ୍ୟପଟ୍ଟ !

11/12/2018 at 6:42 PM

ଭୁବନେଶ୍ବର୧୧|୧୨: ବିଜେପିର ବୁରା ହାଲ । ବିଜେପିରବଳ କୁହାଯାଉଥିବା ହିନ୍ଦି ବେଲ୍ଟର ୩ ପ୍ରମୁଖ ରାଜ୍ୟ ଦଳ ହାତରୁ ଖସିଯାଇଛି । ରାଜସ୍ଥାନ, ମଧ୍ୟପ୍ରଦେଶଓ ଛତିଶଗଡରେ ଥିବା ବିଜେପି ସରକାର ବିରୋଧରେ ଥିବା ପ୍ରଖର ଜନମତ ବିଜେପିକୁ ବ୍ୟାକଫୁଟକୁ ନେଇଛି ।ଏହି ୩ ରାଜ୍ୟର ଫଳାଫଳ ୨୦୧୯ ପାଇଁ କଂଗ୍ରେସ ହାତମୁଠାକୁ ଟାଣ କରିବା ସହ ମୋଦି ବିରୋଧି ମହାମେଣ୍ଟକୁବି ଶକ୍ତ କରିଛି । ଏଥିରୁ ସ୍ପଷ୍ଟ ହୋଇଛି ୨୦୧୯ ନିର୍ବାଚନରେ ମୋଦି ଭର୍ସେସ ରାହୁଲ ଗାନ୍ଧିଙ୍କ ମହାମେଣ୍ଟଭିତରେ ହେବ କଡା ଟକ୍କର ।…. 

ହିନ୍ଦି ହାର୍ଟ ଲ୍ୟାଣ୍ଡରୁ ବିଜେପି ଖସିଲା ।ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ ବିଜେପିକୁ ଧୂଳି ଚଟେଇଛି କଂଗ୍ରେସ । ମୋଦି ଓ ଅମିତ ସାହାଙ୍କଯାଦୁ ଏହି ୩ ରାଜ୍ୟରେ ଫେଲ ମାରିଛି । ୩ ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ମାନେ ଗଡ ଜଗିବାରେ ବିଫଳହୋଇଛନ୍ତି । ୨୦୧୯ରେ ମୋଦି ଯାଦୁ ଚାଲିବ ଏବଂ ଏହି ୫ ରାଜ୍ୟର ନିର୍ବାଚନ ସେମିଫାଇନାଲ ହେବ ବୋଲିଯେଉଁ ଚର୍ଚା ହେଉଥିଲା ସେଥିରେ ଭଟା ପଡିଛି । ରାହୁଲ ଗାନ୍ଧିଙ୍କ ଆଗ୍ରେସିଭ୍ ପଲିଟିକ୍ସକୁ ଗ୍ରହଣକରିଛନ୍ତି ଭୋଟର । ଏହି ଫଳାଫଳର ସିଧା ପ୍ରଭାବ ଜାତୀୟ ରାଜନୀତି ଉପରେ ପଡିବ ବୋଲି ଆକଳନ କରାଯାଉଛି। ୨୦୧୪ ନିର୍ବାଚନରେ କଂଗ୍ରେସର ବଡ଼ ପରାଜୟ ରାହୁଲଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲା। ପରେପରେ ଉତ୍ତରପ୍ରଦେଶ, ଗୁଜରାଟ, ହିମାଚଳ ପ୍ରଦେଶରେ ବଡ଼ ହାର ମଧ୍ୟ ରାହୁଲଙ୍କ ପାଇଁ ସଙ୍କଟ ସୃଷ୍ଟିକରିଥିଲା । ଯେଉଁ ରାହୁଲଙ୍କୁ ପପୁ କହି ତାତ୍ସ୍ୟଲ୍ୟ କରୁଥିଲେ ଏବେ ସେହି ରାହୁଲ ହିଁ ମହାମେଣ୍ଟରେବଳିୟାନ ହୋଇଛନ୍ତି। ଆଉ ୧୯ରେ ମୋଦିଙ୍କୁ କଡ଼ା ଟକ୍କର ଦେବେ ତାର ସଙ୍କେତ ମିଳିଯାଇଛି।  ୨୦୧୯ ପୂର୍ବରୁ ରାହୁଲଙ୍କ ପ୍ରତି ଆଞ୍ଚଳିକ ଦଳର ଭରସା ବଢ଼ିଛି। 

ତିନି ହିନ୍ଦି ବେଲ୍‌ଟ ରାଜ୍ୟର କ୍ୟମ୍ପେନ ଟ୍ରେଣ୍ଡଉପରେ ନଜର ପକାନ୍ତୁ। ମୋଦି ଯେଉଁଠି ଯେଉଁଠି ପ୍ରଚାର କରିଥିଲେ ରାଜସ୍ଥାନର ୧୨ଟି ସ୍ଥାନ ମଧ୍ୟରୁ୬ଟି ଏବଂ ମଧ୍ୟପ୍ରଦେଶର ୧୦ଟି ସ୍ଥାନ ମଧ୍ୟରୁ ୮ଟି ସ୍ଥାନରେ ବିଜେପି ଜିତିଛି। ସେହିପରି ରାହୁଲ ଯେଉଁଠିଯେଉଁଠି ପ୍ରଚାର କରିଥିଲେ ସେମଧ୍ୟରୁ ରାଜସ୍ଥାନର ୧୫ ସ୍ଥାନ ମଧ୍ୟରୁ ୬ଏବଂ ମଧ୍ୟପ୍ରଦେଶର ୨୦ଟି ସ୍ଥାନରୁ୮ଟି ସ୍ଥାନରେ କଂଗ୍ରେସ ଜିତିଛି। ସେ ଦୃଷ୍ଟିରୁ ରାହୁଲଙ୍କ ନେତୃତ୍ବ ଉପରେ ଏବେ ବି ପ୍ରଶ୍ନ ଚିହ୍ନରହିବା ସ୍ବାଭାବିକ । ସେପଟେ ବିଜେପି କହୁଛି ଏ ପରାଜୟ ମୋଦିଙ୍କ ପାଇଁ ନୁହେଁ। 

ଏହି ନିର୍ବାଚନ ଆଉ ଏକ ସଙ୍କେତ ଦେଇଛି ମହାମେଣ୍ଟର ସଂଯୋଜକ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ।  ତେଲେଙ୍ଗାନାରେ ଟିଆରଏସ୍ ଆଗରେ କଂଗ୍ରେସ କି ଟିଡିପିର ବଲା ଚାଲିନି । ତେଣୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ପାଇଁ ଏହା ଏକ ବଡ଼ ଧକ୍କା ହୋଇଛି। ତେବେ ଚନ୍ଦ୍ରବାବୁଙ୍କ ଏନଡିଏ ଏବଂ ଉପେନ୍ଦ୍ର ଖୁସଓାଙ୍କ ଆରଏଲଏସପି ଆଦି ଦଳ ଏନଡିଏ ଛାଡି ପଳାଇଛନ୍ତି । ଶିବସେନା ଭଳି ଦଳ ଏନଡିଏ ମେଣ୍ଟରେ ଥିଲେ ବି ୨୦୧୯ରେ ବିଜେପି ମେଣ୍ଟରେ ରହିବେ ନାହିଁ ବୋଲି ଘୋଷଣା କରିସାରିଛନ୍ତି । ତେଣୁ ମେଣ୍ଟ ନେଇ ବିଜେପି ଭାବିବାକୁ ବାଧ୍ୟ ହେବ। ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ସରକାର ବିରୋଧି ହାଓା ପ୍ରବଳ ବୋହୁଥିଲା ୩ ବିଜେପି ଶାସିତ ରାଜ୍ୟରେ । କିନ୍ତୁ ମୋଦି ହାଓା ଏହାକୁ ଅଟକାଇଦେବ ବାହାନାରେ ଏହି ରାଜ୍ୟର ନେତୃତ୍ବ ତାହା ସ୍ବୀକାର କରୁନଥିଲେ । ଏବେ ଫଳାଫଳ ସ୍ପଷ୍ଟ ହୋଇଛି ଆଉ ୨୦୧୯ ପାଇଂ କଂଗ୍ରେସ ଓ ବିଜେପି ଭିତରେ ଲକ୍ଷ୍ମଣରେଖା ଟଣା ସରିଛି । ଆଉ ମାତ୍ର ମାସ କେଇଟା ପରେ ସ୍ପଷ୍ଟ ହେବ ଦେଶର ଜନତା କାହା ହାତରେ ଶାସନ ଡୋର ଦେଉଛନ୍ତି ।

   Related Posts