Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ହର ହର ମହାଦେବ ଜପନ୍ତୁ, କରୋନାରୁ ମୁକ୍ତି ପାଆନ୍ତୁ : ସଂକ୍ରମିତ ହେବା ପରେ ଏମିତି କରୁଛନ୍ତି କୁଇନ

8/05/2021 at 12:37 PM

ମୁମ୍ୱାଇ ୮/୫ : କରୋନା କବଳରେ ଆଉ ଜଣେ ସେଲିବ୍ରିଟି । ବଲିଉଡର କ୍ଵିନ୍ କୁହାଯଉଥିବା ଅଭିନେତ୍ରୀ କଙ୍ଗନା ରାଣାୱତ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସଂକ୍ରମିତ ଚିହ୍ନଟ ହେବା ପରେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି । ଇନଷ୍ଟାରେ ସେ ଲେଖିଛନ୍ତି ଯେ, ମୁଁ କିଛି ଦିନ ହେବ ଥକ୍କା ଅନୁଭବ କରୁଥିଲି ।

ଏପରିକି ଆଖି ମଧ୍ୟ ପୋଡୁଥିଲା । ହିମାଚଳ ପ୍ରଦେଶ ଯିବାକୁ ଚାହୁଁଥିଲି । ଏଥିପାଇଁ ଗତକାଲି ମୋର କୋଭିଡ୍ ଟେଷ୍ଟ କରାଯାଇଥିଲା । ହେଲେ ଆଜି ରିପୋର୍ଟ ପଜିଟିଭ୍ ଆସିଛି । ସେଥିପାଇଁ ମୁଁ ମୋ ନିଜକୁ କ୍ଵାରେଣ୍ଟାଇନରେ ରଖିଛି । ମୋତେ ଜଣା ନଥିଲା ଯେ, ଏହି ଭାଇରସ୍ ମୋ ଶରୀରରେ ଥିଲା । ହେଲେ ମୁଁ ଡରିବାର ନାହିଁ, ଏହି ଭୂତାଣୁକୁ ମୁଁ ମୋ ଶରୀରରୁ ଧ୍ଵସ୍ତ କରିଦେବି । କାରଣ ମୋ ଉପରେ ମହାଦେବଙ୍କ ଶକ୍ତି ଅଛି । ଆସନ୍ତୁ ମହାଦେବଙ୍କୁ ଜପ କରିବା କୋଭିଡକୁ ଓପାଡି ଫୋପାଡିଦେବା । ଆପଣମାନେ ମଧ୍ୟ ମୋ ଭଳି ନଡରି କରୋନାରୁ ହରାନ୍ତୁ । ଏହା ଏକ ସ୍ୱଳ୍ପ ଫ୍ଲୁ, ଆଉ କିଛି ନୁହେଁ ସେଥିପାଇଁ ଡରିବାର ଆବଶ୍ୟକ ନାହିଁ । ହର ହର ମହାଦେବ।

   Related Posts