ହକି ବିଶ୍ବକପ: ଉଦଘାଟନୀ ଉତ୍ସବରେ ରେହେମାନ ଗାଇବେ ଆଉ ମାଧୁରୀ ନାଚିବେ, ୧ରୁ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ସିଟି ଫେଷ୍ଟିଭାଲ
21/11/2018 at 7:08 PM

ଭୁବନେଶ୍ବର୨୧|୧୧: ଆସନ୍ତା ୨୭ରେ ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ । ୨୮ରୁ ଆରମ୍ଭ ହେବ ହକି ଷ୍ଟିକର ମୁକାବିଲା। ମୁକାବିଲାରେ ଅଂଶଗ୍ରହଣ କରିବା ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛି ଟିମ୍ ଆର୍ଜେଣ୍ଟିନା। ସେପଟେ ଉଦ୍ଘାଟନୀ ଉତ୍ସବକୁ ପୂରା ଧମାକେଦାର କରିବାରେ ଲାଗି ପଡ଼ିଛନ୍ତି ଆୟୋଜକ।
ୱେଲ କମ୍ ଲସ୍ ଲିଓନ୍ସ। ଭୁବନେଶ୍ବରରେ ପହଞ୍ଚିଛି ୱାଲଡ ନମ୍ବର ଟୁ ଆର୍ଜେଣ୍ଟିନା ବା ନିକ ନେମ୍ ଲସ ଲିଓନ୍ସ। ଅଲିମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ଟିମ୍ ଆର୍ଜେଣ୍ଟିନା ୨୦୧୭ରେ ମଧ୍ୟ ଭୁବନେଶ୍ବର ୱାଲଡ ହକି ଲିଗ୍ ପାଇଁ ଭୁବନେଶ୍ବର ଆସିଥିଲା। ଆଉ ଏଥର ପେଡ୍ରୋ ଇବାରାଙ୍କ ଅଧିନାୟକତ୍ବରେ ଆସିଥିବା ଏହି ଟିମ୍ ଭୁବନେଶ୍ବରରେ ପହଞ୍ଚି କଳିଙ୍ଗ ଷ୍ଟାଡିୟମରେ ନିଜର ଫଟୋ ପୋଜ୍ କରିସାରିଛି। ଭୁବନେଶ୍ବରରେ ଏଥର ବି ତାଙ୍କ ଟିମ୍ କମାଲ ଦେଖାଇବ ବୋଲି ଆର୍ଜେଣ୍ଟିନା ଆଶା ରଖିଛି.
ସେପଟେ ଆୟୋଜକ ଲାଗିପଡ଼ିଛନ୍ତି ଉଦ୍ଘାଟନୀ ଉତ୍ସବକୁ ପୂରା ଧମାକେଦାର କରିବା ଲାଗି । ପୂରା ବିଶ୍ବ ଯେମିତି ଦେଖିବ ଓଡ଼ିଶା ୱାଲଡ କପ୍ ହକିରେ ଓଡ଼ିଆ ଆୟୋଜନ। ଉଦ୍ଘାଟନୀ ଉତ୍ସବ ୨୭ ତାରିଖରେ ପରଫର୍ମ କରିବେ ଏ ଆର ରେହମ୍ମାନ, ସାମିଲ ହେବେ ଶାହାରୁଖ ଖାନ ଆଉ ନାଚିବେ ଧକଧକ ଗାର୍ଲା ମାଧୁରୀ ଦିକ୍ଷିତ। ବଲିଉଡ୍ ବାଦଶାହା ଶାହାରୁଖ ଖାନ୍ ଦର୍ଶକଙ୍କୁ କେବଳ ଉଦବୋଧନ ଦେବେ ।
ଉଦଘାଟନୀ ଉତ୍ସବ ପାଇଁ ହକିପ୍ରେମୀଙ୍କ ମଧ୍ୟରେ ରହିଛି କ୍ରେଜ୍ । ଯେଉମାନେ ଟିକେଟ୍ ପାଇ ନାହାନ୍ତି ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ଲାଗିବ LED ସ୍କ୍ରିନ୍ । ଭୁବନେଶ୍ବରର ୮ ରୁ ୧୦ ଟି ସ୍ଥାନରେ ଲଗାଇବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଏଥି ସହ କଟକ, ପୁରୀ, ରାଉରକେଲାରେ ବି ଏଲଇଡି ସ୍କ୍ରିନ୍ ଲାଗିବ । ଏହାଛଡା ଜିଲ୍ଲା ମୁଖ୍ୟାଳୟ ଓ ପଞ୍ଚାୟତ ଓ ବ୍ଲକରେ ଏଲଇଡି ମାଧ୍ୟମରେ ଖେଳ ଦେଖାଇବେ ବିଧାୟକ ।
ସାରା ବିଶ୍ବରୁ ଆସିଥିବା ହକି ପ୍ରେମୀଙ୍କୁ ବାନ୍ଧି ରଖିବା ପାଇଁ ସିଟି ଫେଷ୍ଟିଭାଲର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଯେଉଁଥିଲେ ବିଶ୍ବକଲ୍ୟାଣ ରଥ, କ୍ରିଷ୍ଣା ବେଉରା, ଋତୁରାଜ ମହାନ୍ତିଙ୍କ ଭଳି କଳାକାରଙ୍କ ସହ ବହୁ ବଲିଉଡ୍ ଷ୍ଟାର ବି ଆସି ନିଜର ଜଲୱା ଦେଖାଇବେ । ଇଡକୋ ପ୍ରଦର୍ଶନୀ ଗ୍ରାଉଣ୍ଡରେ ଆସନ୍ତା ୧ ରୁ ୧୭ ତାରିଖ ଯାଏ ଏହି ଫେଷ୍ଟିଭାଲ ଚାଲିବ ।