ହକିକୁ ସରକାରୀ ବିଜ୍ଞପ୍ତିରେ ଜାତୀୟ କ୍ରୀଡା ମାନ୍ୟତା ଦେବାକୁ ମୋଦିଙ୍କୁ ନବୀନଙ୍କ ଚିଠିକୁ ନେଇ ରାଜନୀତି ଜୋର୍
22/06/2018 at 12:36 AM

ହକିକୁ ସରକାରୀ ବିଜ୍ଞପ୍ତିରେ ଜାତୀୟ କ୍ରୀଡା ମାନ୍ୟତା ଦେବାକୁ ମୋଦିଙ୍କୁ ନବୀନଙ୍କ ଚିଠିକୁ ନେଇ ରାଜନୀତି ଜୋର । ଗତକାଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଥିଲେ ଯେ ହକି କୁ ଜାତ୍ରୀୟ କ୍ରୀଡା ମାନ୍ୟତା ପାଇଁ ସରକାରୀ ବିଜ୍ଞପ୍ରି ପ୍ରକାଶ ପାଉ । ଆଜି ନବୀନଙ୍କ ଚିଠିକୁ କେନ୍ଦ୍ର କ୍ରୀଡାମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂ ରାଠୋର ଖାରଜ କରିଦେଇଛନ୍ତି । ହକିକୁ ଭଲ ପାଉଥିବା କ୍ରୀଡା ପ୍ରେମୀଙ୍କ ପାଇଁ ସରକାରୀ ବଜ୍ଞପ୍ତି ଦରକାର ନାହିଁ ବୋଲି ରାଠୋର ରୋକଠୋକ୍ କହିଛନ୍ତି । ଯାହାକୁନେଇ ରାଜ୍ୟ ରାଜନୀତି ଖେଳ ଜୋର ଦାର ହୋଇଛି ।