Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ ରଖିଥିଲା ସ୍ତ୍ରୀ, ହେଲେ ସାବିତ୍ରୀକୁ ବିଷ ପିଆଇ ମାରିଦେଲା ନିର୍ଦ୍ଦୟ ସତ୍ୟବାନ

12/06/2021 at 9:27 PM

ମ.ରାମପୁର, ୧୨/୬: ପୌରାଣିକ ଆଖ୍ୟା ଅନୁଯାୟୀ ଉତ୍କଳୀୟ ସଂସ୍କୃତିରେ ସାବିତ୍ରୀ ବ୍ରତ ପତି-ପତ୍ନୀର ଏକ ଅନାବିଳ ଭଲପାଇବାର ଦିନ । ଏହି ଦିନ ସାବିତ୍ରୀମାନେ ନିଜ ନିଜ ସତ୍ୟବାନଙ୍କ ଦୀର୍ଘାୟୁ କାମନା କରି ଓଷାବ୍ରତ ପାଳନ କରିଥାନ୍ତି । ଯୋଉଠି ରହିଥାଏ ଏକ ପବିତ୍ର ଭଲପାଇବା ଓ ସମର୍ପଣ । କିନ୍ତୁ ଏହିଭଳି ଏକ ପବିତ୍ର ଦିବସରେ ପ୍ରେମ କରି ବିବାହ କରିଥିବା ପତି ନିଜ ପତ୍ନୀକୁ ସାବିତ୍ରୀ ବ୍ରତ ଦିନ ବିଷ ପିଆଇ ମାରିଦେବା ଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ।

କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନାର ଆଭ୍ୟନ୍ତରୀଣ ତଥା ଉଚ୍ଚ ପାହାଡ଼ ଘେରା ଅଂଚଳ ସିର୍କିହେଜୁ ଗ୍ରାମର ଯୁବକ ନୀଳାମ୍ବର ବୈଠାରୁ(୨୯)ଗତ ପ୍ରାୟ ପାଂଚବର୍ଷ ତଳେ ନିଜ ଗାଁର ପୁଷ୍ପାଞ୍ଜଳୀ ବୈଠାରୁ(୨୨)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପ୍ରାୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥିଲା କିନ୍ତୁ ଧୀରେ ଧୀରେ ଏହି ସଂପର୍କରେ ଫାଟ ସୃଷ୍ଟି ହେଲା । ସ୍ୱାମୀ ଜଣକ ପ୍ରାୟ ପ୍ରତିଦିନ ମଦ୍ୟପାନ କରୁଥିଲେ ଯାହାକୁ ନେଇ ଘରେ ଅଶାନ୍ତି ଲାଗି ରହୁଥିଲା । ପୁଣି ସେ ନିଜ ମାମୁଁ ଝିଅକୁ ବାହା ହେଇଥିଲେ ଏବଂ ସେମାନଙ୍କର ଦୁଇ ଶିଶୁପୁତ୍ର ମଧ୍ୟ ରହିଛନ୍ତି ।

ତେବେ ସାବିତ୍ରୀ ପୂଜା ଦିନ ଜୋର ଜବରଦସ୍ତ ପୁଷ୍ପାଞ୍ଚଳୀକୁ ବିଷ ପିଆଇ ଦେଇଥିଲା ସ୍ୱାମୀ। ଗୁରୁତର ପୁଷ୍ପାଞ୍ଜଳୀଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ଓ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶବ ବ୍ୟବଛେଦ ସହିତ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ଡାକ୍ତର। ତେବେ ଏନେଇ ମ.ରାମପୁର ଥାନାରେ ମୃତ ମହିଳାଙ୍କ ପିତା ଲିଖିତ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତି କରି ମ.ରାମପୁର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ ।

   Related Posts