ସ୍ମାର୍ଟ ସିଟି ଭୁବନେଶ୍ୱରର ତିନିଟି ପ୍ରକଳ୍ପକୁ ଆଜି ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
9/07/2018 at 6:45 AM

ସ୍ମାର୍ଟ ସିଟି ଭୁବନେଶ୍ବରର ତିନିଟି ପ୍ରକଳ୍ପକୁ ଆଜି ଉଦ୍ ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଦିନ ୧୧ଟା ୩୦ରୁ ୧୨ ଟା ପର୍ଯ୍ୟନ୍ତ ଏହି ସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ସିଟି ଓ୍ବାଇଡ ଆଡାପ୍ଟିଭ୍ ଟ୍ରାଫିକ ସିଗନାଲ୍ ସିଷ୍ଟମ୍, ବିଏମ୍ ସି-ଭବାନି ମଲରେ ନିର୍ମାଣ ହୋଇଥିବା ଭୁବନେଶ୍ବର ଅପରେସନ୍ସ ସେଣ୍ଟର ଓ ଭୁବନେଶ୍ବର ସ୍ମାର୍ଟ ସିଟି ଅଫିସ ସହ ସହିଦନଗର ପାର୍କର ଉଦଘାଟନ ଓ ଶିଳାନ୍ୟାସ କରିବେ । ୨୫ କୋଟିର ବ୍ୟୟରେ ୩ଟି ପ୍ରକଳ୍ପ ଲୋକାର୍ପଣ କରାଯିବ । ସାରା ଭୁବନେଶ୍ବର ଉପରେ ନଜର ରଖିବା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶଶ୍ବର ଅପରେସନ୍ ସେଣ୍ଟର ନିର୍ମାଣ ହୋଇଛି । ପ୍ରାୟ ୮ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଏହି କେନ୍ଦ୍ରରେ ଟ୍ରାଫିକ ପେ।ଲିସ ସମେତ ସ୍ମାର୍ଟ ସିଟି ଭୁବନେଶ୍ବର କର୍ମଚାରୀମାନେ ଭୁବନେଶ୍ବରକୁ ନିୟନ୍ତ୍ରଣ କରିବେ । ରାଜଧାନୀର ୫୦ଟି ଛକରେ ଅତ୍ୟାଧୁନିକ ଟ୍ରାଫିକ୍ ସିଗନାଲ୍ ଲାଗିଛି । ଟ୍ରାଫିକ୍ ସିଗନାଲ୍ ସ୍ବୟଂ ଚାଳିତ ହେବାକୁ ଥିବାରୁ ଏଣିକି ରାଜଧାନୀରେ ଗାଡ଼ି ଚଳାଉଥିବା ଲୋକଙ୍କୁ ଅଧିକ ସମୟ ଟ୍ରାଫିକ୍ ପୋଷ୍ଟରେ ଛିଡ଼ା ହେବାକୁ ପଡ଼ିବନି । ସେହିପରି ସହିଦନଗରରେ ନିର୍ମାଣ ହୋଇଥିବା ସ୍ମାର୍ଟ ପାର୍କ ପିଲାଙ୍କୁ ମନୋରଞ୍ଜର ଖୋରାକ୍ ଯୋଗାଇବ ।