Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସ୍ପେଶାଲ ପିଜ୍ଜାର ସ୍ପେଶାଲ୍ ଅଫର : ପିଜ୍ଜା ଖାଇବା ପରେ ଅନୁଭବ କହିବେ, ଆଉ ୫ ଲକ୍ଷ ଦରମାର ଚାକିରୀ ପାଇବେ

30/09/2021 at 2:24 PM

ନୂଆଦିଲ୍ଲୀ ୩୦/୦୯  :  ପିଜ୍ଜା ଏପରି ଏକ ଖାଦ୍ୟ ଯାହାକୁ ସମସ୍ତେ ପସନ୍ଦ କରନ୍ତି । ଛୋଟରୁ ବଡ ସମସ୍ତ ଖାଇବାକୁ ଆଗ୍ରହ କରନ୍ତି । ଚିଜ୍‌ ଓ ପନିର ସ୍ୱାଦିଷ୍ଟ ଟପ୍ପିଙ୍ଗ୍ ସହିତ ପିଜା ଖାଇବାକୁ ଲୋକମାନେ ଖୁସି ଖୁସି ଟଙ୍କା ଖର୍ଚ୍ଚ କରି ଦିଅନ୍ତି । ଯେତେ ଅଧିକ ଟଙ୍କା ହେଲେ ମଧ୍ୟ ସେମାନେ ଯାହା ହେଲେ ବି ପିଜ୍ଜା ଖାଇଥାନ୍ତି । କଳ୍ପନା କରନ୍ତୁ, ଯଦି ଆପଣଙ୍କୁ ଏହି ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଏ? ତେବେ ଆପଣ କଣ କରିବେ …। ହଁ ଏହା ସତ ଏହା କୌଣସି ମଜାଳିଆ କଥା ନୁହେଁ । କିନ୍ତୁ ଏହା ସତ୍ୟ ଯେ ୟୁନାଇଟେଡ୍ କିଙ୍ଗଡମ୍ରେ ମାଗଣା ପିଜା ଖାଇବା ଏବଂ ଏହାର ପ୍ରତିବଦଳର ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାର ସୁଯୋଗ ମିଳୁଛି ।

ଏହି ଅଫର ପିଜାର ବ୍ରାଣ୍ଡ ପିଜା ହାଟ ଦ୍ୱାରା ଦିଆଯାଉଛି । ଏହି କମ୍ପାନୀରୁ ପିଜା ସୁପର ଟେଷ୍ଟରର ଆଲିକେସନ୍ ମଗା ଯାଉଛି । ସେମାନଙ୍କୁ କମ୍ପାନୀର ନୂଆ ଷ୍ଟଫ୍ କ୍ରଷ୍ଟ ପିଜା ଖାଇବାକୁ ପଡିବ ଏବଂ ଏହାର ରିଭ୍ୟୁ କଣ କହିବକୁ ପଡିବ । ହେଲେ ଏହି ଚାକିରିରେ ଏକ ରିଭ୍ୟୁ ପାଇଁ ୫ ଲକ୍ଷ ଟଙ୍କା ଦିଆଯିବ, କିନ୍ତୁ ଏଥିପାଇଁ ପ୍ରମାଣ କରିବାକୁ ପଡିବ ଯେ ଆପଣ ପିଜାର ଏକ ସୁପର ଟେଷ୍ଟର୍। ଷ୍ଟଫେଡ୍ କ୍ରଷ୍ଟ୍ ପିଜା ରେ କିଛି ପରିବର୍ତ୍ତନ କରାଯାଇଛି । ଯେଉଁ କାରଣରୁ କମ୍ପାନୀ ଏହାକୁ ରିଭ୍ୟୁ କରିବାକୁ ୟୁନାଇଟେଡ୍ କିଙ୍ଗଡମ୍‌ର ସବୁଠାରୁ ବଢିଆ ପିଜା ଟେଷ୍ଟରମାନଙ୍କୁ ଆମନ୍ତ୍ରଣ କରୁଛି ।

କମ୍ପାନୀ  ଏହାକୁ ଚିଜ୍‌ ଗାର୍ଲିକ୍ ବଟର ଷ୍ଟଫ୍ କ୍ରଷ୍ଟ, ମେଟି ପେପରୋନି ଏବଂ ପନିର ଷ୍ଟଫ୍ କ୍ରଷ୍ଟରର ଟେଷ୍ଟିଙ୍ଗ ପାଇଁ ଏହି କାର୍ଯ୍ୟ ପ୍ରଦାନ କରିଛି । ପିଜା ହାଟ ୟୁକେ ଏବଂ ୟୁରୋପର ମୁଖ୍ୟ ବ୍ରାଣ୍ଡ ଅଫିସର ଆମେଲିଆ ରିବା କହିଛନ୍ତି କି – ଆମର ଗ୍ରାହକଙ୍କୁ ସର୍ବୋତ୍ତମ ଜିନିହ ପ୍ରଦାନ କରିବାକୁ ଚାହୁଁଛୁ ଯାହାକି ଏହା ଆମେ ଲକ୍ଷ୍ୟ ରଖିଛୁ। ସେଥିପାଇଁ ଆମେ ମୁଖ୍ୟ କ୍ରଷ୍ଟ ଟେଷ୍ଟରଙ୍କୁ ନିଯୁକ୍ତି ଦେଉଛୁ । ଏହି କାରଣରୁ ବ୍ରିଟେନର ବିଭିନ୍ନ ସ୍ଥାନରୁ ପିଜା ଟେଷ୍ଟରମାନଙ୍କୁ ସ୍ବାଦିଷ୍ଟ ପିଜା ଟେଷ୍ଟ ପାଇଁ ଆମନ୍ତ୍ରଣ କରିବାକୁ ପ୍ରୟାସ କରାଯାଉଛି । ତେବେ ପିଜ୍ଜା କିପରି ଦେଖାଯାଉଛି, ଏହାର ଟପ୍ପିଙ୍ଗ୍ କେତେ ସ୍ବାଦିଷ୍ଟ ଏବଂ କେତେ ନରମ ଏବଂ କ୍ରସପି ଅଛି  – ତାହାର ସ୍ୱାଦ ବ୍ରିଟିଶ୍ ପରିଚିତ ଲୋକେ କହିବେ। ତେବେ ଏହି ୫ ଲକ୍ଷ ମୂଲ୍ୟର ଏହି ମଜାଳିଆ ଚାକିରି ପାଇଁ ପିଜ୍ଜା ହଟରେ ମୁଖ୍ୟ କ୍ରଷ୍ଟ ଟେଷ୍ଟରଙ୍କ ପାଇଁ ଆବେଦନଗୁଡିକ ଗ୍ରହଣ କରାଯାଉଛି । ସେମାନଙ୍କୁ ପିଜ୍ଜାର ନୂଆ ଟେଷ୍ଟ କରି ଏବଂ ରିଭ୍ୟୁ ଦେବାକୁ ପଡିବ ।

   Related Posts