ସ୍ତ୍ରୀ କୁ ପ୍ରସୁତି ଗୃହରେ ଭର୍ତ୍ତି କରି ସ୍ୱାମୀ ପାଲଟିଲା ଶବ
23/06/2018 at 10:08 PM

ବଲାଙ୍ଗୀର ମେଡିକାଲ କଲେଜ ହସ୍ପିଟାଲରେ ଆଜି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଜଣେ ସ୍ୱାମୀ ନିଜ ସ୍ତ୍ରୀ କୁ ପ୍ରସୁତି କରିବା ନେଇ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଏପଟେ ସ୍ୱାମୀଙ୍କର ଅଚାନକ୍ ମୃତ୍ୟୁ ଘଟିଛି। ନିଜ ସ୍ତ୍ରୀଙ୍କୁ ଲେବର ରୂମରେ ଭର୍ତ୍ତି କରି ଚାଲିଚାଲି ଆସୁଥିବା ସମୟରେ ବ୍ୟକ୍ତି ଜଣଙ୍କର ଅଚାନକ ପ୍ରାଣ ବାୟୁ ଉଡିଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ମର୍ମାହତ କରିଛି। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଶରିରକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ତେବେ ବ୍ୟକ୍ତି ଜଣଙ୍କର ମୃତ୍ୟୁ କେଉଁ କାରଣ ପାଇଁ ହେଲା ସେନେଇ ଅଧିକ ତଦନ୍ତ କରୁଛି ସ୍ୱାସ୍ଥ୍ୟ ବିଭାଗ।