Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସ୍କୁଲରେ ଶିକ୍ଷକ ନାହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଗାଁ ଲୋକେ

18/07/2018 at 10:21 PM

୩ ବର୍ଷ ହେଲା ସ୍କୁଲରେ ପ୍ରଧାନ ଶିକ୍ଷକ ନାହାନ୍ତି। ତା ସହ ପିଅନ ମଧ୍ୟ ସ୍କୁଲରେ ନାହାନ୍ତି ଯାହା ପାଇଁ ଦେଖାଦେଇଛି ପିଲାଙ୍କ ମଧ୍ୟରେ ପାଠପଢା ପାଇଁ ଢେର ଅସୁବିଧା। ଖାଲି ସେତିକି ନୂହେଁ ଏମଡିଏମ ଖାଦ୍ୟ ମଧ୍ୟ ସ୍କୁଲ ପିଲାମାନଙ୍କୁ ଭଲ ଭାବରେ ଦିଆଯାଉ ନାହିଁ। ଏଭଳି କିଛି ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲା ଚନ୍ଦନଭାଟି ହାଇସ୍କୁଲରୁ । ଦିର୍ଘ ବର୍ଷ ଧରି ସ୍କୁଲରେ ଗୁଡାଏ ସମସ୍ୟା ରହିଥିଲେ ହେଁ ଶିକ୍ଷା ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଚନ୍ଦଭାଟି ଗ୍ରାମବାସି ଓ ସ୍କୁଲ କମିଟି। ଏନେଇ ଆଜି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହ କରିଛନ୍ତି ବିକ୍ଷୋଭ। ସ୍କୁଲ କମିଟି ସଦସ୍ୟ ଓ ଗ୍ରାମବାସି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରିବା ସହ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ପୋଷ୍ଟିଙ୍ଗ, ପିଅନ ପୋଷ୍ଟିଙ୍ଗ କରିବା ସହ ଏମଡିଏମ ଖାଦ୍ୟ ରେ ହେଉଥିବା ଦୁର୍ନିତି କୁ ରୋକିବା ସହ ପିଲାମାନଙ୍କୁ ଭଲ ଖାଦ୍ୟ ଯୋଗାଇବା ପାଇଁ କରିଛନ୍ତି ଦାବି। ସେପଟେ ଶିକ୍ଷକ ପଦବି ପାଇଁ ସରକାରଙ୍କୁ ଜଣାଇଦିଆଯାଇଛି ଓ ପିଅନ ପଦବି ଓ ପ୍ରଧାନ ଶିକ୍ଷକ ତୁରନ୍ତ ସ୍କୁଲରେ ଦିଆଯିବ ବୋଲି ଶିକ୍ଷା ଅଧିକାରୀ କହିଥିବା ବେଳେ ଏମଡିଏମ ଖାଦ୍ୟ ର ତଦନ୍ତ କରିବା ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଦାୟିତ୍ବ ଦେଇଥିବା କହିଛନ୍ତି। ତେବେ ସ୍କୁଲ ରେ ରହିଥିବା ଏ ସମସ୍ତ ସମସ୍ୟାର ସମାଧାନ ନ କଲେ ଆଗାମି ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବେ ବୋଲି ଚେତାବନି ଦେଇଛନ୍ତି ସ୍କୁଲ କମିଟି ସଦସ୍ୟ ସହ ଗ୍ରାମବାସୀ।

   Related Posts