ସୋଲାର୍ ପ୍ଲାଣ୍ଟ୍ ନାଁରେ ଶହଶହ ମୁଲ୍ୟବାନ ଗଛ କାଟି ନିଜ ନାଁରେ ଜମି କରିସାରିଲେଣି ଜମି ମାଫିଆ
9/05/2018 at 5:36 PM

ବଲାଙ୍ଗୀର ତୁଷୁରା ତହସିଲ ସାଲେପାଲି ଗାଁରେ ଏବେ ବଢ଼ି ଚାଲିଛି ଜମି ମାଫିଆଙ୍କ ଦୈରାତ୍ମ। ଶାଗମାଛ ଦରରେ ଗରିବଙ୍କ ଶହ ଶହ ଏକରର ମୂଲ୍ୟବାନ ଜମି ନିଜ ନାଁରେ କରିସାରିଲେଣି ଜମି ମାଫିଆ। ସେପଟେ ସୋଲାର ପ୍ଳାଣ୍ଟ ନାଁରେ ଶହ ଶହ ମୂଲ୍ୟବାନ ଗଛି କାଟି ପଦା କରିସାରିଲେଣି ଜମି ମାଫିଆ। ନିୟୁଜ ସେଭେନରୁ ଘଟଣା ସଂପର୍କରେ ଖବର ପାଇ ବଲାଙ୍ଗୀର ଡିଏଫଓ ସାଲେପାଲି ଗାଁକୁ ତଦନ୍ତ କରିବାକୁ ଯିବା ସମୟରେ ଜମି ମାଫିଆ ଘଟଣାସ୍ଥଳରୁ ଫେରାର। ତେବେ ବିନା ଅନୁମତିରେ ଶହ ଶହ ମୂଲ୍ୟବାନ ଗଛ କିଏ କାଟିଲା ? ସୋଲାର ପ୍ଳାଣ୍ଟ କିଏ କରୁଛି ? ସେନେଇ କିଛି ବି ଖବର ନାହିଁ ବନ ବିଭାଗ ପାଖରେ। ତେବେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ପ୍ରକୃତରେ କିଏ କଛ କାଟିଲା ତାହା ଜଣା ପଡିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବଲାଙ୍ଗୀର ଡିଏଫଓ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021