Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ସୁନା ସ୍ମଗଲିଂ ମାମଲା : ନିଲମ୍ବିତ ଆଇଏଏସ୍ ଅଧିକାରୀ ଏମ୍. ଶିବଶଙ୍କରଙ୍କୁ ଗିରଫ କଲା ଇଡି

28/10/2020 at 1:50 PM

ଥିରୁବନ୍ତପୁରମ୍ ୨୮।୧୦: କେରଳ ସୁନା ସ୍ମଗଲିଂ ମାମଲାରେ ହାଇକୋର୍ଟ ନିଲମ୍ବିତ ଆଇଏଏସ ଏମ ଶିବଶଙ୍କରଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଦେଇଛନ୍ତି । ଜାମିନ ଆବେଦନ ଖାରଜ ପରେ ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଆୟୁର୍ବେଦ ହସ୍ପିଟାଲରେ ପହଞ୍ଚି ସେଠାରୁ ତାଙ୍କୁ ଗିରଫ କରିଥବା ଜଣାପଡିଛି । କେରଳ ମୁଖ୍ୟମନ୍ତ୍ରୀଙ୍କ ପୂର୍ବ ମୁଖ୍ୟ ସଚିବଙ୍କର ସେଠାରେ ଚିକିତ୍ସା ଚାଲିଥିଲା । ଶିବଶଙ୍କରଙ୍କୁ ଗିରଫ କରି ସେଠାରୁ ଏର୍ଣ୍ଣାକୁଲମ ନିଆଯାଇଛି । ଏହା ପୂର୍ବରୁ ଶିବଶଙ୍କରଙ୍କର ଦୁଇଟି ଅନ୍ତରୀଣ ଜାମିନ୍ ଆବେଦନ ବୁଧବାର ଦିନ ହାଇକୋର୍ଟ ଖାରଜ କରିସାରିଥିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସୀମା ଶୁଳ୍କ ବିଭାଗ ମାମଲାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ ଯେ, ସୀମା ଶୁଳ୍କ ବିଭାଗ ଗତ ଜୁଲାଇ ୫ରେ ୧୫ କୋଟି ଟଙ୍କା ମୂଲ୍ୟର ୩୦ କେଜି ସୁନା ଜବତ କରିଥିଲା । ଜାତୀୟ ତଦନ୍ତ ଏଜେନ୍ସୀ (ଏନଆଇଏ), ସୀମା ଶୁଳ୍କ ବିଭାଗ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମେତ କେନ୍ଦ୍ରୀୟ ଏଜେନ୍ସୀ ଏହି ମାମଲାର ଅଲଗା ଅଲଗା ଯାଞ୍ଚ କରୁଥିଲେ ।

ଏନଆଇଏ ଏହି ମାମଲାରେ ବେଆଇନ କାର୍ଯ୍ୟକଳାପ ନିରୋଧ ଆଇନ ବଦଳରେ ସୁରେଶ, ସରିତ ପିଏସ, ସନ୍ଦୀପ ନାୟର ଏବଂ ଫୈଜଲ ଫରିଦ ସହିତ କେତେକ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଛି । ସୁରେଶ ଏବଂ ସରିତ ୟୁନାଇଟେଡ୍ ଆରବ ଏମିରେଟ୍ ର ବାଣିଜ୍ୟ ଦୂତାବାସର ପୂର୍ବତନ କର୍ମଚାରୀ ।  ୟୁନାଇଟେଡ୍ ଆରବ ଏମିରେଟ୍ ର ଥିରୁବନ୍ତପୁରମ୍ ସ୍ଥିତ ବାଣିଜ୍ୟ ଦୂତାବାସର ଜଣେ ଅଧିକାରୀଙ୍କୁ ବ୍ୟବହାର କରି ରାଜନୈତିକ ସାମଗ୍ରୀ ଜରିଆରେ ସୁନା ସ୍କଗଲିଂ ନେଇ ମାମଲା ରହିଛି ।

   Related Posts