Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ସୁଡଙ୍ଗ ଭିତରେ ଉଡିଲା ଉଡାଜାହାଜ, ଭିଡିଓ ଦେଖି ନେଟିଜେନ୍ସ କହିଲେ ବିଶ୍ୱାସ କରିହେଉନି ପାଇଲଟଙ୍କ ସାହାସ

6/09/2021 at 3:30 PM

ନୂଆଦିଲ୍ଲୀ ୦୬/୦୯ : ବୃତ୍ତିଗତ ରେସ୍ ଏବଂ ଷ୍ଟଣ୍ଟ ପାଇଲଟ୍ ଡାରିଓ କୋଷ୍ଟା, ତୁର୍କୀର ଉତ୍ତର ମରମାରା ରାଜପଥରେ ଦୋହରୀ କାଟାଲ୍କା ସୁଡଙ୍ଗ ଭିତରେ ଜିଭକୋ ଏଜ୍ ୫୪୦ ରେସ୍ ବିମାନ ଉଡାଇଛନ୍ତି। ଇସ୍ତାଂବୁଲ ନିକଟ ସୁଡଙ୍ଗରେ ଡାରିଓ କୋଷ୍ଟା ଯେଉଁଭଳି ଭାବରେ ବିମାନ ଉଡ଼ାଇଛନ୍ତି ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ। ପାଇଲଟଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟେକ୍ ଅଫ୍ ଠାରୁ ଡାରିଓ କୋଷ୍ଟା ଦ୍ୱିତୀୟ ସୁଡଙ୍ଗରୁ ବାହାରିବା ପର୍ଯ୍ୟନ୍ତ ବିମାନଟି ୨.୨୬ କିଲୋମିଟର ଦୂରତା ଅତିକ୍ରମ କରିଛି ​। ଡାରିଓ କୋଷ୍ଟା ଏହି ଦୂରତାକୁ ୪୪ ସେକେଣ୍ଡରୁ କମ୍ ସମୟ ମଧ୍ୟରେ ଅତିକ୍ରମ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

ରାସ୍ତାରେ ଦୁଇଟି ସୁଡଙ୍ଗ ଦେଇ ପାଇଲଟଙ୍କୁ ବିମାନ ଉଡ଼ାଣ କରୁଥିବା ଏକ ଅବିଶ୍ୱସନୀୟ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓରେ, ଡାରିଓ କଂକ୍ରିଟରେ ନିର୍ମିତ କାଟାଲ୍କା ସୁଡଙ୍ଗ ମାଧ୍ୟମରେ ତାଙ୍କ ବିମାନ ଉଡ଼ାଣ କରୁଥିବା ଦେଖିବାକୁ ମିଳିଛି। ଏହି ସୁଡଙ୍ଗ ତୁର୍କୀର ଇସ୍ତାଂବୁଲରେ ରହିଛି।

   Related Posts