ସିସି ଟିଭି ସର୍ଭେଲାନ୍ସରେ ରହିବ କଟକ ସହର
13/07/2018 at 12:16 AM

ସିସି ଟିଭି ସର୍ଭେଲାନ୍ସରେ ରହିବ କଟକ ସହର। ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ସିସି ଟିଭି ଲଗାଇବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଛି କମିଶନରେଟ୍ ପୁଲିସ। ୯ କୋଟି ଓ ୩ କୋଟି ବ୍ୟୟରେ ଏହି କ୍ୟାମେରା ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ହାଇ ଡେଫିନେସନ୍ କ୍ୟାମେରା ଲାଗିବା ଦ୍ବାରା ସହରରେ ଯାତାୟାତ କରୁଥିବା ସମସ୍ତ ଗାଡିର ନମ୍ବର ସହ ଲୋକଙ୍କୁ ଚିହ୍ନଟ କରାଯାଇପାରିବ ବୋଲିକହିଛନ୍ତି ଡିସିପି। ତେବେ ବିଳମ୍ବରେ ହେଉ ପଛେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏହାକୁ ସ୍ବାଗତ କରିଛନ୍ତି କଟକବାସିନ୍ଦା।