ସିକିମରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ

0
541

ସିକିମରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦ। ଡୋକାଲାରେ ଭାରତୀୟ ସେନା ଅତିକ୍ରମଣ କରିଛି ବୋଲି ବେଜିଂ ଅଭିଯୋଗ କରିଛି। ବିବାଦୀୟ ସ୍ଥାନରୁ ଭାରତ ତୁରନ୍ତ ସେନା ପ୍ରତ୍ୟାହାର କରିବାକୁ ବେଜିଂ ଦେଇଛି ଧମକ୍। ଯଦି ଭାରତ ସେନା ପ୍ରତ୍ୟାହାର ନ କରେ ତେବେ ଭାରତଠାରୁ ସିକିମର ସ୍ବାଧୀନତା ସଂଗ୍ରାମରେ ବେଜିଂ ସମର୍ଥନ କରିବ ବୋଲି ଦେଇଛି ଚେତାବନୀ। ଚୀନରୁ ପ୍ରକାଶିତ ଖବରକାଜକ ଗ୍ଲୋବାଲ ଟାଇମ୍ସରେ ଏଭଳି ଖବର ଆଜି ପ୍ରକାଶ ପାଇଛି। ନୁଆ ଦିଲ୍ଲୀ ଉପରେ ଚାପ ପକାଇବାପାଇଁ ବେଜିଂ ଏଭଳି ରାସ୍ତା ବାଛିବାକୁ ପଛାଇବ ନାହିଁ ବୋଲି ଖବରକାଗଜରେ କୁହାଯାଇଛି। ସେପଟେ ଭୁଟାନ-ଚୀନ-ଭାରତ ତ୍ରିକୋଣୀୟ ବିବାଦୀୟ ଜାଗାରେ ଚୀନର ରାସ୍ତା ନିର୍ମାଣକୁ ଭାରତ ବିରୋଧ କରିଛି।

LEAVE A REPLY

Please enter your comment!
Please enter your name here