ସିଏମସି ବିକାଶ ଭବନରେ ଇଲେକ୍ଟ୍ରି ଡିପାର୍ଟମେଣ୍ଟରେ ତାଲା ପକାଇଲେ କର୍ପୋରେଟର ଚାରୁବାଳା ସାହୁ
7/06/2018 at 11:11 PM

ଅଭିନବ ଉପାୟରେ ପ୍ରତିବାଦ। ଆମେ କହୁଛୁ କଟକ ମହାନଗର ନିମଗର ୧୯ ଓ୍ବାର୍ଡ କର୍ପୋରେଟରଙ୍କ କଥା। ନିଜ ଓ୍ବାର୍ଡରେ ରମ୍ଜାନ ମାସରେ କିଛି କାମ ହୋଇନଥିବା ଅଭିଯୋଗରେ ବିକାଶ ଭବନର ଇଲେକ୍ଟ୍ରିକାଲ୍ ଡିପାର୍ଟ୍ମେଣ୍ଟରେ ତାଲା ପକାଇ ବସି ରହି ପ୍ରତିବାଦ କଲେ କର୍ପୋରେଟର ଚାରୁବାଳା ସାହୁ। ମୁସୁଲିମ୍ ବହୁଳ ତାଙ୍କ ଓ୍ବାର୍ଡରେ ସଫେଇ ଦୂରର କଥା ବ୍ଲିଚିଂ ପଡିପାରିନଥିବା ଓ ଷ୍ଟ୍ରିଟ୍ ଲାଇଟ୍ ଜଳୁନଥିବା ଅଭିଯୋଗ ଆସିଛି। ତେବେ ଏସବୁ ଅଭିଯୋଗର ଉପଯୁକ୍ତ ତଦନ୍ତ କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର ପ୍ରତିଶ୍ରୁତି ଦେଇଛନ୍ତି।
Related Posts
ଶ୍ରୀମନ୍ଦିର ସହ ଜଡିତ ୨୩ ଜଣ କରୋନା ପଜିଟିଭ୍
13 April 2021
ଟିକା ଅଭାବ ; ୧୧ ଜିଲ୍ଲାରେ ଟିକାକରଣ ସଂପୂର୍ଣ୍ଣ ବନ୍ଦ
13 April 2021