ସମ୍ୱଲପୁର ବିଭିନ୍ନ ଘାଟରେ ଚାଲିଛି ଅଣ ପଞ୍ଜିକୃତ ଡଙ୍ଗା
4/07/2018 at 11:15 PM

ସମ୍ବଲପୁରର ଡଙ୍ଗାଘାଟରେ ଏବେ ପୁଣି ବେଲଗାମ ଡଙ୍ଗା ଚାଲିଛି। ଜିଲ୍ଲାପ୍ରଶାସନର କୌଣସି କଟକଟା ଏମାନଙ୍କ ପାଇଁ କାମ କରୁନି। କେତେକ ଡଙ୍ଗା ପଞ୍ଜିକୃତ ହୋଇଥିବା ବେଳେ, ବହୁ ସଂଖ୍ୟାରେ ଡଙ୍ଗା ଅଣପଞ୍ଜିକୃତ ଭାବରେ ଚାଲୁ ରହିଛି। ଏପରିକି ଏହି ସବୁ ଡଙ୍ଗାରେ ଜୀବନ ସୁରକ୍ଷା ଜାକେଟ୍,ଲାଇପ୍ ଟ୍ୟୁବ୍ ପର୍ଯ୍ୟାପ୍ତ ପରିମାଣରେ ନଥିବା ବେଳେ,ଲୋକମାନେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ ଯାତ୍ରା କରୁଛନ୍ତି। ସେପଟେ ଜିଲ୍ଲାପ୍ରଶାସନ ହୀରାକୁଦ ଜଳଭଣ୍ଡାରରେ ମାଛମାରୁଥିବା ମତ୍ସ୍ୟଜିବୀଙ୍କୁ ଲାଇଫ୍ ଜାକେଟ୍ ବାଣ୍ଟିଛି, ହେଲେ ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପ୍ରତି ସେମାନଙ୍କ ନଜର ନାହିଁ ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021