ସମ୍ୱଲପୁରରେ ନଗଡ଼ାର ଚିତ୍ର
8/08/2018 at 8:50 PM

ସମ୍ବଲପୁର ସହର ଠାରୁ ମାତ୍ର ୫୦କିଲୋମିଟର ଦୂରରେ ନଗଡାର ଚିତ୍ର ଦେଖିବାକୁ ମିଳିଛି। ଦୀର୍ଘବର୍ଷ ଧରି ସବୁଦିନିଆ ରାସ୍ତା ଗୋଟିଏ ନଥିବାରୁ, ମାନେଶ୍ବରବ୍ଲକ୍ ଡକରା ପଞ୍ଚାୟତର ୧୫ଖଣ୍ଡ ଗାଁର ଲୋକ, ସରକାରଙ୍କ ସର୍ବନିମ୍ନ ସୁବିଧା ପାଇବାରୁ ବଞ୍ଚିତ ଅଛନ୍ତି। ଏପରିକି ପିଲାମାନଙ୍କ ସ୍କୁଲ୍, ପଞ୍ଚାୟତ ଅଫିସ୍,ବ୍ଲକ୍ କାର୍ଯ୍ୟାଳୟ ଓ ଡାକ୍ତରଖାନା ଗୋଟିଏ ପଟେ ରହୁଥିବା ବେଳେ, ଅନ୍ୟପଟେ ରହିଛି ଏହି ପଞ୍ଚାୟତର ୧୫ଖଣ୍ଡ ଗାଁ। ଆଉ ବର୍ଷାଦିନ ହେଉ କି ଅନ୍ୟ ଋତୁରେ, ପ୍ରସୂତୀ କିମ୍ବା ଲୋକଙ୍କ ଦେହପା ଖରାପ ହେଲେ ତ କଥା ସରିଲା। ଲୋକମାନେ ଦୋଳାରେ, ନହେଲେ ଖଟିଆରେ ରୋଗୀକୁ ବୋହି କରି, କଚଡା ରାସ୍ତା ଆଉ, ବଡନାଳ ପାର ହେଲେ, ୧୦କିଲୋମିଟର କୁ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ଡାକ୍ତରଖାନା ନେଇଥାଏ। ରାତି ହେଲେ ଏହି ସୁବିଧା ମଧ୍ୟ ମିଳୁନି ଏ ଅଞ୍ଚଳର ଲୋକମାନଙ୍କୁ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021