Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସମହସ୍ପିଟାଲ ପକ୍ଷରୁ ‘ ଡକ୍ଟର ଡେ ’ ପାଳିତ

1/07/2018 at 11:36 AM

ସମହସ୍ପିଟାଲ ପକ୍ଷରୁ ‘ ଡକ୍ଟର ଡେ ’ ପାଳିତ ହୋଇଯାଇଛି। ଏହାକୁ ନେଇ ଅାଜି ହସ୍ପିଟାଲ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ବର୍ତମାନ ସମୟରେ ‘ ଡାକ୍ତର ସୁରକ୍ଷା ’ ସମ୍ପକିତ ଏକ କର୍ମଶାଳା ମଧ୍ୟ ଅାୟୋଜିତ ହୋଇଥିଲା।
ମାନବ ସେବା ହିଁ ଇଶ୍ବରଙ୍କ ସେବା । ଏହି ଉକ୍ତିଟି ଯଦି କାହା ପାଇଁ ପ୍ରଯୁଜ୍ୟ ତେବେ ସେମାନେ ହେଲେ ଡାକ୍ତର । ରୋଗୀଙ୍କ ସେବାରେ ସେମାନଙ୍କର ଜୀବନ ଉତ୍ସର୍ଗୀକୃତ। ତେବେ ବର୍ତମାନ ସମୟରେ ସେମାନଙ୍କର ସୁରକ୍ଷା ପ୍ରଶ୍ନବାଚୀ ସୃଷ୍ଟି। ସମହସ୍ପିଟାଲ ପକ୍ଷରୁ ଏହାକୁ ନେଇ ‘ ଡକ୍ଟର ଡେ ’ ପାଳିତ ହୋଇଯାଇଛି। ଏହି ଅବସରରେ ହସ୍ପିଟାଲ ପରିସରରେ ‘ ଡାକ୍ତର ସୁରକ୍ଷା ’ ସମ୍ପକିତ ଏକ କର୍ମଶାଳା ମଧ୍ୟ ଅାୟୋଜିତ ହୋଇଥିଲା। ଯେଉଁଠି ବିଭିନ୍ନ ପ୍ରସଙ୍ଗରେ ଅାଲୋଚନା ହୋଇଥିଲା। ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟ କିଭଳି ସୁମ୍ପର୍କ ରହିବା ଦରକାର ବିଶେଷଜ୍ଞମାନେ ନିଜର ମତ ରଖିଥିଲେ।
ସେପଟେ ସମ୍ ହସ୍ପିଟାଲ ପକ୍ଷରୁ ପ୍ରତି ବର୍ଷ ‘ ଡକ୍ଟର ଡେ ’ ସ୍ବତନ୍ତ୍ର କର୍ମଶାଳା ପାଳିତ ହୋଇ ଅାସୁଛି। ଡାକ୍ତମାନେ ମାନସିକଭାବେ କିଭଳି ରୋଗୀ ସେବା ପାଇଁ ସବୁ ସମୟରେ ପ୍ରସ୍ତୁତ ଏହାହିଁ କର୍ମଶାଳାର ମୁଖ୍ୟ ଉଦେଶ୍ୟ। ସେପଟେ ସମହସ୍ପିଟାଲ ଛାତ୍ରଛାତ୍ରୀ ମଧ୍ୟ ଏହି କର୍ମଶାଳାରେ ଭାଗ ନେଇଥିଲେ। ଏହି ଅବସରରେ ବିଭିନ୍ନ ବିଭିଗର ଡାକ୍ତରମାନଙ୍କୁ ସେମାନଙ୍କ ସେବା ପାଇଁ ସମ୍ବୋଧିତ କରାଯାଇଥଲା।
ରୋଗୀ ସେବା ହିଁ ପରମ ଧର୍ମ। ଡାକ୍ତରମାନଙ୍କ ପାଇଁ ଏହା ମୂଳମନ୍ତ୍ର ହୋଇଥିବାବେଳେ। ସମହପ୍ସିଟାଲ ମଧ୍ୟ ଏହାକୁ ନିଜର ସ୍ଲୋଗାନ କରି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛି।

   Related Posts