Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ସଂକ୍ରମଣରେ ଲାଗିବ ଲଗାମ୍‌, ଘର ଘର ବୁଲି କରାଯିବ କରୋନା ଯାଞ୍ଚ

16/06/2020 at 3:20 PM

ଭୁବନେଶ୍ୱର ୧୬।୦୬: ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଦିନେ ଦିନେ ନୂଆ ଚିହ୍ନଟ ସଂଖ୍ୟା ୨୦୦ ପାର୍‌ କରୁଛି । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି । କରୋନା ଚେନ୍‌ରେ ବ୍ରେକ୍‌ କଷିବାକୁ ପ୍ରତି ଘରକୁ ଯାଇ ଯାଞ୍ଚ କରିବାକୁ ଯୋଜନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଠାରୁ ରାଜ୍ୟର ପ୍ରତି ଘରୁ କରୋନା ଖୋଜା ଅଭିଯାନ ଆରମ୍ଭ ହେବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡ. ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ଜୁନ୍‌ ମାସ ଆମ ପାଇଁ ବେଶି ଗୁରୁତ୍ୱପୂର୍ଣ୍ଣ । ଏହି ମାସରେ ଆମକୁ ସତର୍କ ରହିବାକୁ ହେବ । ଜୁନ୍‌ ୧୬ ତାରିଖଠାରୁ ଜୁଲାଇ ୩୧ ତାରିଖ ଯାଏ ରାଜ୍ୟର ସବୁ ଘରେ କରୋନା ଖୋଜା ଅଭିଯାନ ଚାଲିବ । ଗ୍ରାମାଞ୍ଚଳର ପ୍ରତି ଘର ଓ ସହରାଞ୍ଚଳର ସବୁ ବସ୍ତିରେ ଥିବା ଘରକୁ ଆଶା ଓ ଏଏନଏମ୍‌ କର୍ମୀ ଯାଇ ଯାଞ୍ଚ କରିବେ । ଯାହା ପାଖରେ କରୋନାର ଲକ୍ଷଣ ଥିବ ତୁରନ୍ତ ତାଙ୍କ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯିବ ।
ରାଜ୍ୟରେ କରୋନା ଟେଷ୍ଟିଂକୁ ନେଇ ମଧ୍ୟ ସେ ତଥ୍ୟ ରଖିଛନ୍ତି । ରାଜ୍ୟରେ ଗତକାଲି ସୁଦ୍ଧା କରୋନା ପରୀକ୍ଷା ୨ଲକ୍ଷ ଟପିଛି । ଅଧିକ ଟେଷ୍ଟିଂ, କମ୍‌ ମୃତ୍ୟୁ ହାର ଓ ଅଧିକ ସୁସ୍ଥ ହାରରେ ଓଡିଶା ଦେଶରେ ମଡେଲ୍‌ ପାଲଟିଛି ବୋଲି ସେ କହିଛନ୍ତି ।

ତେବେ କାହାର କରୋନା ପରୀକ୍ଷା କରାଯିବ ସେ ନେଇ ଆଇସିଏମଆର୍‌ ସାନି ଗାଇଡଲାଇନ୍‌ ଜାରି କରିଛି । ଯେଉଁ ଲୋକଙ୍କ ପାଖରେ ଲକ୍ଷଣ ଦେଖାଦେଉଛି ଓ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରିବାକୁ ଗାଇଡଲାଇନ୍‌ରେ କୁହାଯାଇଛି । ଟେଷ୍ଟିଂ ଦ୍ୱାରା ପଜିଟିଭ୍‌ ଥିବା ରୋଗୀଙ୍କୁ ଚିହ୍ନଟ କରିବାରେ ଏହା ସହାୟକ ହେବ । ଗବେଷଣା କହୁଛି କି, ଲକ୍ଷଣ ଥିବା ରୋଗୀଙ୍କଠାରୁ ସଂକ୍ରମଣ ଆଶଙ୍କା ଅଧିକ । ଏଥିପାଇଁ କେବଳ ଲକ୍ଷଣ ଥିବା ଲୋକ ଓ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜି ପରୀକ୍ଷା କରିବାକୁ ଯୋଜନା ହୋଇଛି ।

ରାଜ୍ୟରେ ପ୍ରଥମ ୫୦ହଜାର କରୋନା ପରୀକ୍ଷା ପାଇଁ ୨ ମାସ ଲାଗିଥିଲା । କିନ୍ତୁ ପରେ ପ୍ରତି ଦୁଇ ସପ୍ତାହରେ ୫୦ହଜାର ପରୀକ୍ଷା ହୋଇପାରୁଛି । ଫେବ୍ରୁଆରୀ ମାସରେ ରାଜ୍ୟର ମାତ୍ର ଗୋଟିଏ ଲାବରୋଟୋରୀରେ ୨ରୁ ୩ଟି ନମୁନା ପରୀକ୍ଷା ହେଉଥିଲା । କିନ୍ତୁ ଏବେ ରାଜ୍ୟର ୧୦ଟି ଜିଲ୍ଲାର ୧୭ଟି ସ୍ଥାନରେ ପରୀକ୍ଷା ହେଉଛି । ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍‌ରେ ମଧ୍ୟ ପରୀକ୍ଷା ସୁବିଧା ହୋଇଛି । ଆଗକୁ ଅନ୍ୟ ଜିଲ୍ଲାରେ ମଧ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯିବ। ପୂର୍ବରୁ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ଯେଉଁ ପରୀକ୍ଷା ହେଉଥିଲା ସେବେ ୨୦୦ଜଣଙ୍କ ନମୁନା ପରୀକ୍ଷାରୁ ଜଣେ ପଜିଟିଭ୍‌ ବାହାରୁଥିଲେ । ଏବେ ନୂଆ ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା ହେଉଥିବା ୨୦ ଜଣଙ୍କ ଭିତରୁ ଜଣେ ପଜିଟିଭ୍‌ ବାହାରୁଛନ୍ତି । ଟେଷ୍ଟିଂକୁ ନେଇ ରଣନୀତି ବଦଳିଥିବାରୁ ଅଧିକ ପଜିଟିଭ୍‌ ରୋଗୀଙ୍କୁ ଚିହ୍ନଟ କରିହେଉଛି । ଭାରତରେ ପ୍ରତି ୧୦ଲକ୍ଷ ଲୋକରେ ୪ ହଜାର ୩୦୫ ଜଣଙ୍କ କରୋନା ପରୀକ୍ଷା ହେଉଥିବାବେଳେ କିନ୍ତୁ ଓଡ଼ିଶାରେ ୪୬୩୪ ଜଣଙ୍କ ପରୀକ୍ଷା ହେଉଛି ।

ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ମୃତ୍ୟୁ ହାର ମଧ୍ୟ କମ୍‌ । ପ୍ରତି ଲକ୍ଷେ ଲୋକରେ ଦିଲ୍ଲୀରେ ମୃତ୍ୟୁ ହାର ୬.୬ ପ୍ରତିଶତ ଥିବାବେଳେ ପୂରା ଦେଶରେ ଏହି ହାର ୦.୭ ପ୍ରତିଶତ । କିନ୍ତୁ ଓଡ଼ିଶାରେ ମୃତ୍ୟୁ ହାର ମାତ୍ର ୦.୦୩ ପ୍ରତିଶତ ।
ଓଡ଼ିଶାରେ ରୋଗୀଙ୍କ ସୁସ୍ଥତା ହାର ମଧ୍ୟ ଅଧିକ । ଦେଶରେ ସୁସ୍ଥ ହାର ୫୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ସୁସ୍ଥ ହାର ୬୭ ପ୍ରତିଶତ । ଅଧିକ ସୁସ୍ଥ ହାର ଓ କମ୍‌ ମୃତ୍ୟୁ ହାର ପାଇଁ ଓଡିଶା ମଡେଲ୍‌ ପାଲଟିଛି । ଏହାର ଶ୍ରେୟ ରାଜ୍ୟବାସୀଙ୍କୁ ଯାଉଛି । ରାଜ୍ୟର ସାଢେ ୪କୋଟି ଲୋକ କରୋନା ଯୁଦ୍ଧ ଲଢୁଛନ୍ତି । ସରପଞ୍ଚ, ଆଶା କର୍ମୀ, ଅଙ୍ଗନବାଡି, ଶିକ୍ଷକ, ପୁଲିସ, ନର୍ସ, ଡାକ୍ତର ସମସ୍ତେ ଆଗଧାଡିର ଯୋଦ୍ଧା । ଜୀବନ, ଜୀବିକାର ସୁରକ୍ଷା ପାଇଁ ସରକାର ଲକଡାଉନ୍‌ ନିୟମ କୋହଳ କରିଛନ୍ତି । କିନ୍ତୁ ଲୋକଙ୍କ ଦାୟିତ୍ୱ ବଢିଛି ବୋଲି ସେ କହିଛନ୍ତି ।

ଆରଏମ୍‌ଆର୍‌ସି ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି କହିଛନ୍ତି, ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାକୁ ୩ ମାସ ବିତିଛି । ରାଜ୍ୟରେ କରୋନା ନମୁନା ପରୀକ୍ଷା ୨ଲକ୍ଷ ଟପିଥିବାବେଳେ ଆରଏମ୍‌ଆରସିରେ ୭୫ ହଜାର ଟପିଛି । ଏଥିରୁ ୯୭୯ଜଣ ପଜିଟିଭ୍‌ ବାହାରିଛନ୍ତି । କୋବାସ୍‌ ମେସିନ୍‌ ଆସିବା ପରେ ପରୀକ୍ଷା ସଂଖ୍ୟା ଯଥେଷ୍ଟ ବଢିଛି । ୨୨ଦିନରେ ୧୦ ହଜାର ପରୀକ୍ଷା କରିବା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି । ତେବେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କଲେ ସଂକ୍ରମଣ ଆଶଙ୍କା କମିଯିବ ବୋଲି ସେ କହିଛନ୍ତି ।

   Related Posts