Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||

ଶ୍ରୁତି ସେଠ୍‌ଙ୍କ ଜରୁରୀ ଅପରେସନ, ହସ୍ପିଟାଲ ବେଡ୍‌ରୁ ଫଟୋ ସେୟାର କଲେ ଅଭିନେତ୍ରୀ

29/12/2020 at 9:08 PM

ମୁମ୍ବାଇ ୨୯/୧୨ : ସାରା ବିଶ୍ବ ଏବେ ଉତ୍କଟ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି । ବର୍ଷ ୨୦୨୦ମଣିଷ ସମାଜ ପାଇଁ ଏକ ଶିକ୍ଷା ଦେଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଅଭିନେତ୍ରୀ ଶ୍ରୁତି ସେଠ୍ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଅଭିନେତ୍ରୀଜଣକ ହସ୍ପିଟାଲ ବେଡରେ ଶୋଇଥିବାର ଏକ ଫଟୋ ନିଜ ଇନଷ୍ଟଗ୍ରାମ ପେଜ୍‌ରେ ଅପଲୋଡ କରିଛନ୍ତି ।

ସେ ଫଟୋ ପୋଷ୍ଟ କରି ଲେଖିଛନ୍ତି ‘ସ୍ବାସ୍ଥ୍ୟ ସମସ୍ୟାକୁ କେବେ ହାଲକା ଭାବେ ନିଅନ୍ତୁ ନାହିଁ’। କିଛି ଦିନ ତଳେ ଶ୍ରୁତିଙ୍କୁ ଏକ ଜରୁରୀକାଳୀନ ସର୍ଜରୀ କରିବାକୁ ପଡିଛି । ତେବେ ତାଙ୍କର କଣ ହୋଇଛି ଏବଂ କାହିଁକି ସର୍ଜରୀ କରାଯାଇଛି ​‌ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି ଶ୍ରୁତି ।

https://www.instagram.com/p/CJXuovnpOlD/?utm_source=ig_embed

ସେ ଲେଖିଛନ୍ତି, ‘୨୦୨୦ ମୋତେ ଏବଂ ମୋ ପରିବାରକୁ ଏକ ବଡ ବିପଦରୁ ଆଶ୍ବସ୍ତି କରିଛି, ମୋର ଏକଜରୁରୀକାଳୀନ ଅସ୍ତ୍ରୋପଚାର ଶେଷ ହୋଇଛି । ସମସ୍ତ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷର ପ୍ଲାନଗୁଡିକ ମଧ୍ୟ ସ୍ଥଗିତ ରଖିବାକୁ ପଡିଛି । ଏକ ବଡ ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇଯାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ପ୍ରକୃତରେ ଶିକ୍ଷା ପାଇ ନ ଥିଲି, କିନ୍ତୁ ବର୍ତ୍ତମାନ ଏକ ବଡ ଶିକ୍ଷା ପାଇଲି’ ।

ଗୁରୁତର ସ୍ବାସ୍ଥ୍ୟ ସଙ୍କଟରୁ ବାହାରିଥିବା ଶ୍ରୁତି କହିଛନ୍ତି, ସମସ୍ତଙ୍କ ଆର୍ଶୀବାଦ ଏବଂ ଭଲ ପାଇବା ଯୋଗୁଁ ଆଜି ଏକ ନୂଆ ଜୀବନ ପାଇଛି । ଏଭଳି ସମୟରେ ମୋ ପ୍ରତି କିଛି ସକାରାତ୍ମକ ଘଟଣା ଘଟିଥିବାରୁ ସେ ବହୁତ ଖୁସିଥିବା ଉଲ୍ଲେଖ କରିଛନ୍ତି । ଏହି କାଳ ବର୍ଷ କିପରି ଅତିବାହିତ ହୋଇଛି ତାହା ଏକ ସ୍ମୃତି ହୋଇ ରହିଯିବ ବୋଲି ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ।

   Related Posts