Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ସୁପାରିସ, ମହାପ୍ରଭୁଙ୍କ ପୂଜା ଓ ଯାନିଯାତ୍ରାରେ ପଡ଼ିବନି ପ୍ରଭାବ

10/07/2018 at 11:28 PM

ଶ୍ରୀମନ୍ଦିର ସଂସ୍କାର ନେଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସୁପାରିଶ ମହାପ୍ରଭୁଙ୍କ ସେବା ପୂଜା ଓ ଯାନିଯାତ୍ରାରେ କୌଣସି ପ୍ରଭାବ ପକାଇବ ନାହିଁ। ପ୍ରାପ୍ୟପାଉଣା, ସେବାୟତଙ୍କ ଅଧିକାର, ଦାନଦକ୍ଷିଣା ଉପରେ ଅଙ୍କୁଶ ଆଇନଗତ ଦିଗ ହୋଇଥିବାବେଳେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ସବୁ ପକ୍ଷକୁ ଶୁଣି ରାୟ ଦେବେ ବୋଲି ସେବାୟତଙ୍କ ସହ ଆଲୋଚନା ପରେ ପ୍ରତିକ୍ରୀୟା ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଶ୍ରୀମନ୍ଦିର ସଂପର୍କରେ ପୂର୍ବରୁ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ଅନେକ ରାୟ ଦେଇଛନ୍ତି। ପ୍ରତିଷ୍ଠିତ ସୁପ୍ରିମକୋର୍ଟଙ୍କ ମତ ଅନୁସାରେ ପୂର୍ବ ରାୟ ବଳବତର ରହିବ ବୋଲି ଆଶାପୋଷଣ କରିଛନ୍ତି ଗଜପତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସୁପାରିଶକୁ ନେଇ ସେବାୟତମାନେ ବିଚଳିତ ନହେବା ପାଇଁ ଗଜପତି ପରାମର୍ଶ ଦେଇଛନ୍ତି। ଶ୍ରୀମନ୍ଦିରର ଆଇନଗତ ଓ ଧାର୍ମିକ ଦୁଇଟି ଦିଗ ରହିଥିବାବେଳେ ଧାର୍ମିକ ଦିଗ ଉପରେ ମାନ୍ୟବର ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଶାପୋଷଣ କରିଛନ୍ତି ଗଜପତି।

   Related Posts