Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଶ୍ରୀମନ୍ଦିର ସଂପର୍କରେ ଆଜି ସୁପ୍ରିମକୋର୍ଟଙ୍କ ଆଦେଶକୁ ସ୍ୱାଗତ କରିଛି ଦଇତାପତି ନିଯୋଗ

6/07/2018 at 12:40 AM

ଶ୍ରୀମନ୍ଦିର ସଂପର୍କରେ ଆଜି ସୁପ୍ରିମକୋର୍ଟଙ୍କ ଆଦେଶକୁ ସ୍ୱାଗତ କରିଛି ଦଇତାପତି ନିଯୋଗ। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ ଆସି ସବୁ ନିଯୋଗ ସହିତ ଆଲୋଚନା କଲେ ତାଙ୍କୁ ସଂପୁର୍ଣ୍ଣ ସହଯୋଗ କରାଯିବ। ଏହାଛଡ଼ା ସେବାୟତମାନେ ମଧ୍ୟ ସ୍ୱତନ୍ତ୍ର ପରିଧାନ ପିନ୍ଧି ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ସ୍ୱାଗତ କରାଯାଇଛି। ସେବାୟତମାନେ ପାଟ, ମକୁଟା କିମ୍ୱା ଲୁଗା ପଞ୍ଜାବୀ ପିନ୍ଧି ମହାପ୍ରଭୁଙ୍କ ନିକଟକୁ ଯିବା ଉଚିତ୍। ଅନ୍ୟ ପୋଷାକ ପରିଧାନ କରିବା ଶାସ୍ତ୍ର ସମତ ନୁହେଁ ବୋଲି ମଧ୍ୟ ମତ ପ୍ରକାଶ ପାଇଛି। ଏଣୁ ସୁପ୍ରିମ କୋର୍ଟଙ୍କ ଆଦେଶକୁ ପାଳନ ହେବା ଉଚିତ୍ ବୋଲି ଦଇତାପତି ନିଯୋଗ ସଭାପତି କହିଛନ୍ତି।

   Related Posts