ଶ୍ରୀଜୀଉଙ୍କ ରଥଯାତ୍ରାରେ ଚିତ୍ରକାର ସେବାୟତଙ୍କ ଭୂମିକା
5/07/2018 at 11:49 PM

ମହାପ୍ରଭୁଙ୍କ ରଥରେ ସୌନ୍ଦର୍ଯ୍ୟ ବୋଧ ଆଣିବା ସହ ଏହାକୁ ଆକର୍ଷଣୀୟ କରିବା ପାଇଁ ଚିତ୍ରକର ସେବାୟାତଙ୍କର ରହିଛି ପ୍ରମୁଖ ଭୂମିକା। ଏହି ଚିତ୍ରକର ସେବାୟତମାନେ ରଥରେ ଲାଗିବାକୁ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କ ସହିତ ରଥର ବିଭିନ୍ନ ଅଂଶକୁ ରଙ୍ଗ ଦେଇ ବେଶ୍ ସୌନ୍ଦର୍ଯ୍ୟ କରିଥାନ୍ତି। ରଥର ଘୋଡ଼ା, ସାରଥି, ପାର୍ଶ୍ୱ ଦେବାଦେବୀଙ୍କ ସହ ଚକ, ଦଣ୍ତା, ଗୁଜ ପ୍ରଭୃତି ଖୋଦେଇ କାର୍ଯ୍ୟଗୁଡ଼କରେ ମଧ୍ୟ ରଙ୍ଗ ଦେବାର କାମ କରିଥାନ୍ତି ଏହି ଚିତ୍ରକର ସେବାୟତମାନେ।