Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଶ୍ରୀକୃଷ୍ଣଙ୍କଠାରେ ଲାଗିହେଲା ୧୦୮ ପ୍ରକାରର ପାରମ୍ପରିକ ବ୍ୟଞ୍ଜନ,

25/08/2019 at 5:23 PM

ବାଲେଶ୍ବର୨୫।୮-   ବୈଷ୍ଣବ ମାନଙ୍କ ଅରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶୀକୃଷ୍ଣ। ସେଥିପାଇଁ ସେମାନେ ଶ୍ରୀକୃଷ୍ଣଙ୍କର ଜନ୍ମଦିନକୁ ଖୁବ୍ ଧୁମ୍ଧାମରେ ପାଳନ କରିଥାନ୍ତି । ଇସ୍କନ ମନ୍ଦିର ଗୁଡିକରେ ଶ୍ରୀକୃଷ୍ଣଙ୍କର ଜନ୍ମ ଦିନ ଖୁବ୍ ସୁନ୍ଦର ଭାବରେ ପାଳନ ହୋଇଥାଏ । ଏହି ଅବସରରେ ବାଲେଶ୍ବର ରେମୁଣାରେ ଥିବା ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ନିକଟରେ ୧୦୮ ପ୍ରକାର ବ୍ୟଞ୍ଜନ ଲାଗି କରାଯାଇଛି ।ରବିବାରେ ସେଠାରେ ପାଳନ ହେଉଛି ନନ୍ଦ ଉତ୍ସବ ।…

ବାଲେଶ୍ବର ରେମୁଣା ଇସ୍କନ ମନ୍ଦିରରେ ରବିବାରରେ ନନ୍ଦ ଉତ୍ସବ ପାଳନ ଚାଲିଛି । ଶନିବାରରେ ଖୁବ ଧୁମଧାମରେ କୃଷ୍ଣ ଜନ୍ମ ଉତ୍ସବ ପାଳନ ହୋଇଥିଲା ।ଶ୍ରୀକୃଷ୍ଣଙ୍କ ପ୍ରତିମାକୁ  କ୍ଷୀର, ଗଙ୍ଗାଜଳ, ପଇଡ଼ ପାଣି, ଚନ୍ଦନ, ଘିଅରେ ଗାଧୋଇ ମନ୍ଦିରକୁ ଅଣାଯାଇଥିଲା ।ଏହାପରେ ପ୍ରଭୁଙ୍କ ନିକଟରେ ଲାଗି ହୋଇଥିଲା ୧୦୮ ପ୍ରକାର ବ୍ୟଞ୍ଜନ । ଏହି ବ୍ୟଞ୍ଜନକୁ ୧୦ଜଣ ମହିଳା ୧୨ ଘଣ୍ଟାର ପରିଶ୍ରମ କରି ପ୍ରସ୍ତୁତ କରିଥିଲେ । ଏଥିରେ ଥିଲା ଡ଼ାଲମା, ବେଶର, ମହୁର, ଭଜା, ଶାଗ, ମାଲପୁଆ, କେକ, ଲଡ଼ୁ, ଖଜା, ଗଜା, ମଣ୍ଡା, ପୁରୀ ,ଖଟା ଆହୁରି କେତେ କଣ ।

ଏହି ଅବସରରେ ହରେକୃଷ୍ଣ ହରେ ରାମ ନାମ, କୃଷ୍ଣଙ୍କର ବିଭିନ୍ନ ପ୍ରକାର ଭଜନ ଗାନ କରାଯାଇଥିଲା । ବିଳମ୍ବିତ ରାତିରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ରବିବାରରେ ମହାଆଡମ୍ବରରେ  ନନ୍ଦ ଉତ୍ସବ ପାଳନ କରାଯାଉଛି ।

   Related Posts