Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା- ସାମିଲ ହେଲା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ହେଲିକପ୍ଟର ଆପାଚେ ଏଏଚ୍‌-୬୪ଇ

3/09/2019 at 7:32 PM

ନୂଆଦିଲ୍ଲୀ ୩।୯- ବାୟୁସେନାରେ ସାମିଲ ହେଲା ଯୁଦ୍ଧାସ୍ତ୍ର ବହନକାରୀ ଚପ୍ପର ଆପାଚେ AH-64E ।  ଏହା ବିଶ୍ବର ସବୁଠୁ ଶକ୍ତିଶାଳୀ ଲଡୁଆ ବିମାନ ।  ପ୍ରଥମ ପର୍ଯ୍ୟାୟରେ ୮ଟି ଆପାଚେ ଚପ୍ପର ପଠାନକୋଟ୍‌ ବିମାନଘାଟିରେ ବାୟୁସେନାରେ ସାମିଲ ହୋଇଛି । ଏୟାର ଚିଫ୍‌ ମାର୍ଶାଲ୍‌ ବିଏସ୍ ଧନୱାଙ୍କ ଉପସ୍ଥିତିରେ ଏହା ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲା । ୨୦୨୦ ସୁଦ୍ଧା ବାୟୁସେନାରେ ୨୨ଟି ଆପାଚେ ହେଲିକପଟର ସାମିଲ ହେବ।….

ଆତଙ୍କବାଦୀ  ସାବଧାନ ହେଇଯାଅ। ପାକିସ୍ତାନ କୌଣସି ବି ହରକତ କରିବାକୁ ପୂର୍ବରୁ ଦୁଇଥର ଭାବିବ ।  ଅହୁରି ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ବାୟୁସେନାରେ ସାମିଲ ହୋଇଛି ବିଶ୍ବର ଶକ୍ତିଶାଳୀ ହେଲିକପଟର ଆପାଚେ ।  ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବହନକାରୀ ଏହି ହେଲିକପ୍ଟର ଅପାଚେ AH- 64 E  ଦିନ ଓ ରାତି ଯେକୌଣସି ସମୟରେ ଶତ୍ରୁକୁ ସିଧା ଟାର୍ଗେଟ କରିପାରିବ। ପ୍ରଥମ ପର୍ଯ୍ୟାୟରେ ଏୟାର ଚିଫ ମାର୍ଶାଲ ବିଏସ ଧନୱାଙ୍କ ଉପସ୍ଥିତିରେ ଭାରତୀୟ ବାୟୁସେନାରେ ୮ଟି ଅପାଚେ ଚପ୍ପର ପଠାନକୋଟ୍ ବିମାନଘାଟିରେ ସାମିଲ ହୋଇଛି ।  ୨୦୨୦ସୁଦ୍ଧା ବାୟୁସେନାରେ ୨୨ଟି ଅପାଚେ ହେଲିକପ୍ଟର ସାମିଲ ହେବ ।

ଅପାଚେ ହେଲିକପଟରରେ ଦୁଇଟି ଇଞ୍ଜିନ ରହିଛି । ଗୋଟିଏ ଆଗରେ ଏବଂ ଅନ୍ୟଟି ମଝିରେ ଖଞ୍ଜାଯାଇଛି ।  ଅପାଚେ ହେଲକପଟର ରାତି ଅନ୍ଧାରରେ ମଧ୍ୟ ଉଡାଣ ଭରିପାରିବ ।

ରାତି ଅପରେସନ୍ ପାଇଁ ଏଥିରେ ସେନସର୍‌ ବ୍ୟବହୃତ ହୋଇଛି । ଏହା ପ୍ରତି ଘଣ୍ଟାରେ ୨୮୬ କିଲୋମିଟର ବେଗରେ ଉଡ଼ିପାରିବ। ଏଥିରେ ହେଲିଫାୟାର ଏବଂ ଷ୍ଟ୍ରିଙ୍ଗର ମିସାଇଲ ଖଞ୍ଜାଯାଇଛି । ଦୁଇ ପାଖରେ 30MM ବିଶିଷ୍ଟ ଦୁଇଟି ଗନ୍ ଲାଗିଛି ।

ମିସାଇଲର ପେ-ଲୋଡ ଏତେ ଶକ୍ତିଶାଳୀ ବିସ୍ଫୋରଣ କରିପାରେ ଯେ ଏଥିରୁ ଶତ୍ରୁ ବର୍ତ୍ତିବା ମୁସ୍କିଲ ।  ଅପାଚେ ହେଲିକପଟର ସବୁଠୁ ଅତ୍ୟାଧୁନିକ ଫିଚର ହେଉଛି ଏଥିରେ ଲାଗିଥିବା Integrated Helmet and Display Sighting System । ଏହା ସାହାଯ୍ୟରେ ହେଲିକପଟରେ ଲାଗିଥିବା ଅଟୋମେଟିକ ଗନ୍ ରୁ ପାଇଲଟ୍ ଶତ୍ରୁକୁ ସଠିକ ଟାର୍ଗେଟ କରିପାରିବ

ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର ଚୁକ୍ତି ସ୍ବାକ୍ଷାର କରିଥିଲେ।  ଆମେରିକା ସରକାର ଓ ବୋଇଂ ସହ ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚେ ହେଲିକପ୍ଟର ପାଇଁ ଚୁକ୍ତି ହୋଇଥିଲା। 

ଆଉ ୧୫ ଦିନ ପରେ  ୧୯ ସେପ୍ଟେମ୍ବରରେ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ଫ୍ରାନ୍ସ ନିର୍ମିତ ଲଢ଼ୁଆ ବିମାନ ରାଫେଲ୍‌ ଜେଟ୍‌ । ମାନେ ଶତ୍ରୁକୁ ନିପାତ କରିବାରେ ଭାରତୀୟ ବାୟୁସେନାର ଆହୁରି ଶକ୍ତି ବୃଦ୍ଧି ହେବ

   Related Posts