Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶକ୍ତିଶାଳୀ ସାମୁଦ୍ରିକ ଝଡ ଫାକ୍ସାଇ କଲା ଲ୍ୟାଣ୍ଡଫଲ୍‌, ଜାପାନର ରାଜଧାନୀ ଟୋକିଓରେ ବ୍ୟାପକ କ୍ଷୟକ୍ଷତି

10/09/2019 at 8:18 PM

ଟୋକିଓ- ଆମେରିକା ପରେ ଏବେ ଜାପାନରେ ତୋଫାନର ତାଣ୍ଡବ । ଶକ୍ତିଶାଳୀ ସାମୁଦ୍ରିକ ଝଡ ଫକ୍ସାଇ ଅତି ଭୟଙ୍କର ରୂପ ଧାରଣ କରିଥିଲା । ଏହା ଟୋକିଏ ନିକଟରେ ସ୍ଥଳଭାଗକୁ ସ୍ପର୍ଶ କରିଛି ।(ଜାପାନରେ ତୋଫାନରୁ ଟାଇଫୁନ୍‌ କୁହାଯାଏ) ଫକ୍ସାଇ ପ୍ରଭାବରେ ଜାପାନ ପରି ବିକଶିତ ଦେଶରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି ।


ଏହାର ପ୍ରଭାବରେ ବ୍ୟାପକ କ୍ଷୟ କ୍ଷତି ହୋଇଛି । ଅନେକ ଘର ଭାଙ୍ଗିଯାଇଥିବାବେଳେ ଖୁଣ୍ଟି ଓ ଗଛ ଉପୁଡିଯାଇଛି । ରବିବାର ରାତି ଓ ସୋମବାର ସକାଳେ ଟୋକିଓ ଉପକୂଳରେ ପ୍ରବଳ ବେଗରେ ପବନ ବହିଥିଲା । ଏତେ ଜୋରରେ ପବନ ବହିଥିଲା ଯେ ଜଣେ ୫୦ ବର୍ଷୀୟ ମହିଳା ଉଡିକରି କାନ୍ଥରେ ମାଡ ହୋଇଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଟୋକିଓରେ ୧୬୦ କିଲୋମିଟର ବେଗରେ ପବନ ବହୁଥିଲା । ବିଦ୍ୟୁତ ସରୋବରାହ କ୍ଷତିଗ୍ରସ୍ତ ହେବାରୁ ୬ ଲକ୍ଯ ଘରକୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିଲା ।

ଜାପାନର ସର୍ବବୃହତ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ନିଆଁ ଲାଗିଯାଇଥିଲା । ଏଥିଯୋଗୁଁ ୧୭୦ଟି ବିମାନର ଉଡାଣ ବାତିଲ କରାଯାଇଥିବା ବେଳେ ୧୭ ହଜାର ଯାତ୍ରୀ ବିମାନ ବନ୍ଦରରେ ଫସି ରହିଥିଲେ ।

   Related Posts