Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଵଂଶଧାରା ଟ୍ରିବ୍ୟୁନାଲରେ ଓଡିଶାକୁ ଝଟ୍‌କା : ନେରେଡି ଅନିକଟ ନିର୍ମାଣ ଲାଗି ଆନ୍ଧ୍ରକୁ ଅନୁମତି, କିନ୍ତୁ ଜଳ ଉପରେ ରହିବ ଉଭୟଙ୍କ ଅଧିକାର

23/06/2021 at 1:23 PM

ଭୁବନେଶ୍ୱର ୨୩।୦୬: ଵଂଶଧାରା ଟ୍ରିବ୍ୟୁନାଲରେ ଓଡିଶାକୁ ଝଟକା। ନେରେଡି ଅନିକଟ ନିର୍ମାଣକୁ ଅନୁମତି । କିନ୍ତୁ ଜଳ ଉପରେ ରହିବ ଉଭୟଙ୍କ ଅଧିକାର ।  ଏନେଇ ଆନ୍ଧ୍ର ସରକାରଙ୍କ ଓକିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ସୁପ୍ରିମକୋର୍ଟଙ୍କ ରାୟ ଉପରେ ସବୁକିଛି ନିର୍ଭର କରୁଛି ବୋଲି ମଧ୍ୟ କହିଛନ୍ତି ଟ୍ରିବ୍ୟୁନାଲ।

ଖବର ଅନୁଯାୟୀ,  ନେରେଡି ବ୍ୟାରେଜ ପ୍ରକଳ୍ପ ପାଇଁ ୧୦୬ ଏକର ଜମି ଅଧିଗ୍ରହଣ ମାମଲାର ବିଚାର ପ୍ରକ୍ରିୟା ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲରେ ଶେଷ ହୋଇଛି। ନେରେଡ଼ି ଠାରେ ଆନିକଟ ନିର୍ମାଣ କରିବାକୁ ଟ୍ରିବୁନାଲ ପୁଣି ଥରେ ଗ୍ରୀନ ସିଗନାଲ ଦେଇଥିବା ଆନ୍ଧ୍ର ସରକାରଙ୍କ ଓକିଲ ସୂଚନା ଦେଇଛନ୍ତି। ଏହି ଜମି ଅଧିଗ୍ରହଣ କରି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ୨୦୧୭ରେ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଟ୍ରିବ୍ୟୁନାଲ। ତେବେ ଓଡ଼ିଶା ଏହାର ବି‌ରୋଧ କରିବା ସହିତ ଏ ସଂପର୍କରେ କିଛି ସ୍ପଷ୍ଟିକରଣ ଲୋଡ଼ିଥିଲା । କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ଦୁଇଟି ଯାକ ଆବେଦନକୁ ବଂଶଧାରା ଟ୍ରିବ୍ୟୁନାଲ କିଛି ସ୍ପଷ୍ଟିକରଣ ସହ ଡିସପୋଜ ଅଫ୍ କରିଦେଇଛନ୍ତି । ନେରେଡି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଆଦେଶ ବିରୋଧରେ ଓଡିଶା ସୁପ୍ରିମକୋର୍ଟରେ ମଧ୍ୟ ଏସଏଲପି ଦାଖଲ କରିଛି ଏବଂ ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ସୁପ୍ରିମକୋର୍ଟଙ୍କ ରାୟ ଉପରେ ସବୁକିଛି ନିର୍ଭର କରୁଛି ବୋଲି କହିଛନ୍ତି ଟ୍ରିବ୍ୟୁନାଲ।

ସେହିପରି ଟ୍ରିବୁନାଲର ଅଧ୍ୟକ୍ଷ ଡକ୍ଟର ମୁକୁନ୍ଦକମ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆା ଖଣ୍ଡପୀଠ ଓଡିଶା ଓ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ନିଜର ମତାମତ ରଖିବା ସହିତ ଆବେଦନକୁ ଡିସପୋଜ କରିଦେଇଥିଲେ। ତେବେ କରୋନା ମହାମାରି ମଧ୍ୟରେ ସୁପ୍ରିମକୋର୍ଟରେ କେବେ ଏହାର ଶୁଣାଣି ହେବ ତାହା ଉପରେ ନଜର ରହିଛି। ଟ୍ରିବୁନାଲଙ୍କ ସ୍ପଷ୍ଟୀକରଣ ଅନୁସାରେ ସେଠାରେ ଦୁଇଟି ଗେଟ ରହିବ । ଉଭୟ ରାଜ୍ୟ ଜଳ ବ୍ୟବହାର କରିବେ। ବାମ ପଟ ଗେଟ ଆନ୍ଦ୍ର ଏବଂ ଡାହାଣ ପଟ ଗେଟ ଓଡିଶା ପାଇଁ ରହିବ। ଆନ୍ଦ୍ର ଏହାର ଆବଶ୍ୟକତା ଅନୁସାରେ ଜୁନ ରୁ ନଭେମ୍ବର ମଧ୍ୟରେ 8 ହଜାର କ୍ୟୁସେକ ଜଳ ନେବ। ତଳ ମୁଣ୍ଡର ଗେଟ ଡିସେମ୍ବର ରୁ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରହିବ। ତେବେ ଜମି ଅଧିଗ୍ରହଣ ବାବଦ ଖର୍ଚ୍ଚ ଓଡିଶା ସରକାର ଙ୍କୁ ଆନ୍ଦ୍ର ପ୍ରଦେଶ ସରକାର ଯୋଗାଇ ଦେବେ। ବିସ୍ଥାପିତ ଙ୍କୁ ଥଇଥାନ ଓ ପୁନଃବାସ ଖର୍ଚ୍ଚ ମଧ୍ୟ ବହନ କରିବେ। ନିଷ୍ପତ୍ତି କୁ ଆନ୍ଦ୍ର ସରକାର ସ୍ୱାଗତ କରିଛନ୍ତି। ଟ୍ରିବୁନାଲ ର ରାୟ କେନ୍ଦ୍ର ସରକାର ଙ୍କୁ ଟ୍ରିବୁନାଲ ଅବଗତ କରାଇଛନ୍ତି। ଯଦି କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରନ୍ତି ତେବେ ଏହି ରାୟ କାର୍ଯ୍ୟକାରୀ ହେବ।

   Related Posts