ଲଘୁଚାପ ବର୍ଷାରେ ସାରା ରାଜ୍ୟରେ ବର୍ଷା
17/07/2018 at 12:52 AM

ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରି ରହିଛି। ଏହି ଧାରା ଆଗମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ରାଜ୍ୟବ୍ୟାପି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ। ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ଏକପ୍ରକାର ଠପ ହୋଇଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟିୁ ଲଗୁଚାପ ଲୋପ୍ରେସରରେ ପରିଣତ ହୋଇଛି। ଓଡିଶା ଉପକୂଳ ଏବଂ ଏହାର ପାଶ୍ବବର୍ତୀ ଅଞ୍ଚଳ ଉପରେ ରହିଛି। ଓ୍ବେଲ ମାର୍କ ଲୋପ୍ରେସର ପଶ୍ଚିମ ଦିଗରେ ଗତି କରୁଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଂଶଧରା, ରୁଷିକୁଳ୍ୟା ଓ ବୈତରଣୀ ସମେତ ଅନ୍ୟ ସବୁ ନଦୀରେ ଜଳଜଳସ୍ତର ବୃଦ୍ଧି ହେବାରେ ଲାଗିଛି। କାଳାହାଣ୍ଡିରେ ୧୭୩.୩ ମିଲିମିଟର, ପୁରୀରେ ୮୯.୨ ମିଲିମିଟର, ରାୟଗଡାରରେ ୭୦ ମିଲିମିଟର, ଗଞ୍ଜାମରେ ୩୭.୨ ମିଲିମିଟର, ରଗତସିଂହପୁର ୩୭.୬ ମିଲିମିଟର, ନୂଅାପଡା ୧୦୦.୭ ମିଲିମିଟର, ଖୋର୍ଧା ୮୪.୨ ମିଲିମିଟର, ବଲାଙ୍ଗୀର ୫୯.୯ ମିଲିମିଟର, ବରଗଡ ୫୮.୮ ମିଲିମିଟର, ଗଜପତି ୧୫.୧ ମିଲିମିଟର, ନବରଙ୍ଗପୁର ୫୭.୮ ମିଲିମିଟର, ନୟାଗଡ ୫୬ ମିଲିମିଟର ବର୍ଷା ହୋଇଥିବା ଜଣାପଡିଛି। ଅପରପକ୍ଷରେ ସମୁଦ୍ର ଭିତରକୁ ମାଛଧରାଳୀଙ୍କୁ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।