Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଲଘୁଚାପ ଜନିତ ଲଗାଣ ବର୍ଷାରେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ସ୍ଥିତି ବେହାଲ୍

16/07/2018 at 10:45 PM

ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ଗଞ୍ଜାମ ଜିଲ୍ଲା ଏବେ ଜଲମଗ୍ନ ହୋଇପଡିଛି। ହଜାର ହଜାର ହେକ୍ଟର ଜମି ଜଳମଗ୍ନ ହୋଇପଡିଛି। ସେପଟେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବା ବେଳେ ଲଗାଣ ବର୍ଷା ଆହୁରି ସ୍ଥିତିକୁ ବିଗିଡି ଦେଉଛି। ଏପରିସ୍ଥଳେ ସ୍ଥିତି ଉପରେ କଡା ନଜର ରଖିଥିବା କହିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଇଉଂ. ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ। ଗୋପାଳପୁର ସମୁଦ୍ର ମଧ୍ୟକୁ ମତ୍ସ୍ୟଜିବୀଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଯେ କୋଣସି ସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି ଉପଜିଲ୍ଲାପାଳ। ସେପଟେ ଆଜି ଜିଲ୍ଲାର ହୁମ୍ମା ଠାରେ ସର୍ବାଧିକ ୮୮ ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଭଞ୍ଜନଗରରେ ୬୨ ମି.ମି, ମାଧବରିଡାରେ ୫୭, ଭୀଷ୍ମଗିରିରେ ୬୨, ଦିଗପହଣ୍ଡି ୫୫, ଘୋଡାହାଡ ଠାରେ ୫୧ ମି.ମି ବର୍ଷା ହୋଇଥିବା ରେକର୍ଡରୁ ଜଣାପଡିଛି। ବିଭିନ୍ନ ନଦୀର ଜଳସ୍ତର ଉପରେ ନଜର ରଖାଯାଇଥିବା ବେଳେ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଥିବା କହିଛନ୍ତି ଦକ୍ଷିଣାଞ୍ଚଳ ଜଳସେଚନ ମଣ୍ଡଳ ବ୍ରହ୍ମପୁର ଅଧିକ୍ଷଣ ଯନ୍ତ୍ରୀ ସୀମାଞ୍ଚଳ ସାହୁ। ତଥାପି ସ୍ଥିତି ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ବଂଶଧାରା, ଋଷିକୁଲ୍ୟା, ଘୋଡାହାଡ, ବଡନଦୀ, ବାଘଲଟି, ବାହୁଦା ପ୍ରମୁଖ ନଦୀରେ ଜଳସ୍ତର କମିଥିବା ସୂଚନା ଦେଇଛନ୍ତି।

   Related Posts