Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଲଗାଣ ବର୍ଷାରେ ସମ୍ୱଲପୁରରେ କୁତ୍ରିମ ବନ୍ୟା

16/07/2018 at 11:03 PM

ସମ୍ବଲପୁରରେ ଗତ ତିନିଦିନ ଧରି ଲଗାଣ ବର୍ଷା ଫଳରେ ସହରରେ କୁତ୍ରିମବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ସାକ୍ଷୀପଡା,ବୁଢାରଜା, ବ୍ୟାଙ୍କ କଲୋନୀ,ଏନ୍-ଗୁହା ଲେନ୍,ହାଉସିଂ ବୋର୍ଡ କଲୋନୀ,ରେଳବାଇ କଲୋନୀରେ ବର୍ଷାପାଣି ଲହଡି ଭାଙ୍ଗୁଛି। ଅନେକ ସ୍ଥାନରେ ଅଧା ନିର୍ମିତ ନାଳ ଯୋଗୁ ୱାଟର ଲଗିଂ ହୋଇଥିବା ବେଳେ, ଅନ୍ୟ କେତେକ ସ୍ଥାନରେ ବର୍ଷବର୍ଷ ଧରି ନାଳନର୍ଦ୍ଦମା ସଫା ନହେବା କାରଣରୁ, ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି। ସହର ମୁଖ୍ୟ ବଜାର କୁହାଯାଉଥିବା ଗୋଲ୍ବଜାର, ଲକ୍ଷ୍ମୀଟକିଜ୍ ଛକ,ପେନ୍ସନପଡା,ବଙ୍ଗାଳି କଲୋନୀ,ଫାଟକ ଷ୍ଟେସନ୍ ଅଞ୍ଚଳରେ ଗତ ଦୁଇଦିନ ହେଲା ବର୍ଷା ପାଣି ଜମି ରହିଥିବା ବେଳେ, ସହରତଳି ଓ ବସ୍ତି ଅଞ୍ଚଳରେ ଏହା ଲୋକଙ୍କ ଘରେ ପଶିଯାଇଛି। ରାତିଦିନ ବର୍ଷା ଲାଗିରହିବା ସହ, ଘରେ ବର୍ଷା ପାଣି ପଶିଯିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସଂପର୍କରେ ନା ଜିଲ୍ଲାପ୍ରଶାସନ ନା, ମହାନଗର ନିଗମ କମିଶନର କୌଣସି ସ୍ତରରେ ମଧ୍ୟ ଜଳନିଷ୍କାସନ କରିବା ବ୍ୟବସ୍ଥା କରାଯାଇନାହିଁ। ଫଳରେ ଜଳନିଷ୍କାସନ ନହୋଇ ରାସ୍ତାଘାଟ,ନାଳନର୍ଦ୍ଦମା ସବୁ ଏକାକାର ହୋଇଯାଇଛି। ଲୋକମାନେ ନିଜ ଘରେ ଖଟଉପରେ,ଟେବୁଲ୍ ଚେୟାର ଉପରେ ବସି ରହିବାକୁ ପଡୁଛି। ଲଗାଣବର୍ଷା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ବେଳେ, ପ୍ରଶାସନ ନିରବଦ୍ରଷ୍ଟା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

   Related Posts