Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଲକଡାଉନରେ ନାଗପୁରରୁ ୪୫ ହଜାର ଲିଟର କ୍ଷୀର ନେଇ ଦିଲ୍ଲୀ ଗଲା ପ୍ରଥମ ମିଲ୍କ ଟ୍ରେନ୍

6/05/2021 at 7:09 PM

ନୂଆଦିଲ୍ଲୀ ୦୬/୦୫ : କରୋନା ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଲକଡାଉନ ସମୟରେ ଅନେକ ଖାଦ୍ୟ ସାମଗ୍ରୀ ସଙ୍କଟ ମଧ୍ୟ ସାମ୍ନାକୁ ଆସିଛି। ରାଜଧାନୀ ଦିଲ୍ଲୀରେ କ୍ଷୀର ଅଭାବ ଦେଖାଦେଇଛି। ଏହିଭଳି ସ୍ଥିତିରେ ପ୍ରଥମ ମିଲ୍କ ଟ୍ରେନ୍ ନାଗପୁରରୁ ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ବାହାରିଛି। ଟ୍ରେନରେ ୪୫ ହଜାର ଲିଟର କ୍ଷୀର ଆସିଛି। ଏହି କ୍ଷୀର ଦିଲ୍ଲୀ ଜନତାଙ୍କ କ୍ଷୀର ସମସ୍ୟା ଦୂର କରିବାରେ ସହାୟକ ହେବ। ନାଗପୁର ସହାୟକ ବାଣିଜ୍ୟିକ ପ୍ରବନ୍ଧକ (ଏସିଏମ) ଏସଜି ରାଓ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି।

ସୋସିଆଲ ମିଡ଼ିଆରେ ପ୍ରଥମଥର ପାଇଁ ମିଲ୍କ ଟ୍ରେନ ଭିଡିଓ ଭାଇରାଲ ହୋଇଛି। ଏହି କ୍ଷୀର ରାଜଧାନୀ ଦିଲ୍ଲୀରେ ଲକଡାଉନ ସମୟରେ କ୍ଷୀର ସମସ୍ୟା ଦୂର କରିବ। ଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଲକଡାଉନ୍ ଅବଧି ବଢ଼ାଇ ଦିଆଯାଇଛି। ଫଳରେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ପାଇଁ ଲୋକଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହିଭଳି ସ୍ଥିତିରେ ଏହି ମିଲ୍କ ଟ୍ରେନ ଲୋକଙ୍କ ପାଇଁ ସହାୟକ ହେବ।

   Related Posts