ରାୟଗଡ଼ାରେ ଡେଙ୍ଗୁ ନେଲା ଆଉଏକ ଜୀବନ
12/07/2018 at 11:24 PM

ସର୍ବଦା ବିଭିନ୍ନ ରୋଗକୁ ନେଇ ଚର୍ଚ୍ଚିତ ରାୟଗଡା ଜିଲ୍ଲାରେ ବର୍ତ୍ତମାନ କାୟା ମେଲାଇଛି ଡେଙ୍ଗୁ। ଡେଙ୍ଗୁରେ ଆଜି ଜଣଙ୍କ ମୃତୁୟ ଘଟିଛି। ଏଥିସହ ୩ ଜଣଙ୍କ ମୃତୁୟ ଘଟିଲାଣି। ଏଣେ ଆଜି ଆଉ ୪ ଜଣ ନୂଆ ରୋଗୀ ଚିହ୍ନଟ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। କିନ୍ତୁ ଆକ୍ରାନ୍ତଙ୍କୁ ଉଚିତ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉନାହିଁ। ଫଳରେ ପଡୋଶୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ଚିକିତ୍ସାଳୟକୁ ରୋଗୀଙ୍କ ଦୌଡିଛ’ି ଆଉ ଲୋକଙ୍କ ଚିନ୍ତା ମଧ୍ୟ ବଢିଛି।