Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାୟଗଡ଼। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ଅଭିଯୋଗ

13/06/2018 at 12:45 AM

ରାୟଗଡ଼। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ଅଦଳ ବଦଳ ହୋଇଥିବା  ଘଟଣା ଅଭିଯୋଗ ହୋଇଛି । ଏହିଭଳି ଅଭିଯୋଗ ଆଣିଛନ୍ତି ପ୍ରସୂତି ମହିଳାଙ୍କ ପରିବାରବର୍ଗ । ଘଟଣାରୁ ପ୍ରକାଶ ଯେ, ରାୟଗଡ଼। ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁମ୍ଭାରଶିଳା ଗ୍ରାମର କବିତା କୁମ୍ଭାର ପ୍ରସୂତି ଜନିତ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାରବର୍ଗ ଗତ ରବିବାର ଦିନ ପ୍ରଥମେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଡ଼।କ୍ତର କହିବା ପରେ ସେହିଦିନ ରାୟଗଡ଼। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ । ସେଠାରେ କବିତାଙ୍କ ଚିକିତ୍ସା ଚାଲୁରହିଥିବା ବଳେ ସୋମବାର ଦିନ ରାତି 10.20 ସମୟରେ କବିତା ଏକ ପୁତ୍ର ସ’।ନ ଜନ୍ମ ଦେଇଥିବା ପ୍ରସୂତି କକ୍ଷ ବାହାରେ ଥିବା କବିତାଙ୍କ ଝିଆରୀ ନନ୍ଦିନୀ କୁମ୍ବାର ଦେଖିଥିଲେ ବୋଲି ନିଜ ସମ୍ପର୍କୀୟଙ୍କୁ କହିଥିଲେ । ଏହାପରେ ନବଜାତ ଶିଶୁ ଯତ୍ନ ବିଭାଗକୁ ଆଣି ରଖାଯାଇଥିଲା । ହଲେ କବିତାଙ୍କୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ଯୋଗୁଁ ତାଙ୍କୁ କୋରାପୁଟ ମେଡ଼କାଲକୁ ସ୍ଥାନାନ୍ତର କରିବା ପାଇଁ ଡ଼।କ୍ତର ପରାମର୍ଶ ଦେଇଥିଲେ। ଡ଼।କ୍ତରଙ୍କ ପରାମର୍ଶ ଅନୁସାରେ ସୋମବାର ରାତିରେ ହିଁ କବିତାଙ୍କୁ କୋରାପୁଟ ମେଡ଼କାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହା ଜାଣିବା ପରେ କବିତାଙ୍କ ସମ୍ପର୍କୀୟ ରାୟଗଡ଼। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶିଶୁ ଯତ୍ନ ବିଭାଗରେ ଥତ୍ବା ନବଜାତ ଶିଶୁକୁ ଦେଖିବା ପାଇଁ ଯାଇଥତ୍ଲେ । ହଲେ ସେଠାରେ ଚିକିତ୍ସାଳୟର କର୍ମଚାରୀମାନେ ସେମାନଙ୍କୁ ତୁମ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ନେଇ ଖବର ଦେଇଥିଲେ । ଏହି ଖବର ଶୁଣିବା ପରେ ପରିବାରବର୍ଗ ଆମର ପୁତ୍ର ସନ୍ତା।ନ ଜନ୍ମ ହୋଇଥିଲେ ଉକ୍ତ ଶିଶୁକନ୍ୟାଟି ଆମର ନୁହେଁ ବୋଲି ଅଭିଯୋଗ କରି ମୃତ ଶିଶୁକନ୍ୟାକୁ ନେବା ପାଇଁ ମନାକରିଦେଇଛନ୍ତି । ତବେ ଏ ନେଇ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧତ୍କାରୀଙ୍କୁ ପଚାରିବାରୁ ସେ କହିଛ’ନ୍ତି ଯେ, ଏହିଭଳି ଅଘଟଣ କିଛି ଘଟିନଥିବା ସ୍ପଷ୍ଟ କରିଛନ୍ତି । ଗତ ସୋମବାର ଦିନ 3 ଜଣ ଡ଼।କ୍ତର ଉପସ୍ଥିତ ରହି ଏହି ପ୍ରସୂତି କରାଇଥିଲେ । କବିତାଙ୍କ ଏକ ଶିଶୁକନ୍ୟା ହିଁ ଜନ୍ମ ହୋଇଥତ୍ବା ନେଇ ସୂଚନା ଦେଇଛନ୍ତି । କବିତାଙ୍କ ପରିବାରବର୍ଗ ଭୁଲବଶତଃ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ସୂଚନା ପାଇଥିବା ନେଇ କହିଛନ୍ତି ।

   Related Posts