ରାହୁଲଙ୍କ ପ୍ରଧାନମନ୍ତ୍ରୀଙ୍କୁ ଯାଦୁ କି ଝପି
21/07/2018 at 1:09 AM

ବିଶ୍ବାସ ଅବିଶ୍ବାସ ଓ ଆକ୍ଷେପ ପ୍ରତିଆକ୍ଷେପ। ଆଉ ତାରି ଭିତରେ ଜାଦୁ କି ଝପ୍ପି। ଏମିତି ଝପ୍ପି ଯୋଉଥିରେ ଦୋହଲି ଯାଇଛି ଇଣ୍ଡିଆ। ଖାଲି ସେତିକି ନୁହଁ, ତାପରେ ଆଖୋଁ ହି ଆଖେଁ ମେ ଇସାରା। ଏମିତି କିଛି ଝଲକ ଦେଖାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । କେହି କିଛି ବୁଝିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ନିକଟକୁ ଆସି ତାଙ୍କୁ କୁଣ୍ଢେଇ ପକାଇ ପୂରା ପରିବେଶର ମୁ଼ଡ ହିଁ ବଦଳାଇଦେଇଥିଲେ ରାହୁଲ। ପ୍ରଥମେ ନିଜ ଅଭିଭାଷଣରେ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ। ବୁଲେଇ ବଙ୍କେଇ ବିଜେପିକୁ ଉଗ୍ରଆଭିମୁଖ୍ୟ ରଖୁଥିବା ଦଳ ଭାବେ ଅବିହିତ କରିବା ଲାଗି ଚେଷ୍ଟା କରୁଥିଲେ। ଯେଉଁମାନେ ତାଙ୍କୁ ପପୁ ବୋଲି ଡାକୁଛନ୍ତି ସେମାନଙ୍କୁ ଧିର ଭାଷାରେ ଜବାବ ଦେଇଥିଲେ। ରାହୁଲ ନିଜ ବକ୍ତବ୍ୟ ରଖିବା ପରେ ପରେ ସିଧା ଯାଇ ପ୍ରଧାନମନ୍ତ୍ରୀଙ୍କୁ ଯାଦୁ କି ଝପି ଦେଇଥିଲେ। ଆଉ ପ୍ରଧାନମନ୍ତ୍ରୀ କିଛି ବୁଝିବା ପୂର୍ବରୁ ସେ ସ୍ଥାନ ଛାଡ଼ି ଚାଲିଆସିଥିଲେ। ଅବଶ୍ୟ ମୋଦି ତାଙ୍କୁ ପୁଣି ଡକାଇ ତାଙ୍କ ସହିତ କିଛି ହସି ହାତ ମିଳାଇଥିଲେ। ଆଉ ରାହୁଲ ତାଙ୍କ ଆସନକୁ ଫେରିବା ପରେ ଆଖିରେ ଆଖିରେ ଇସାରା ଦେଇ ପଚାରିଦେଇଥିଲେ କେମିତି ଥିଲା ତାଙ୍କର ଆକ୍ସନ। ଆଉ ଗୃହ ବାହାରେ କିନ୍ତୁ ଖୁବ ଆସୁଥିଲା ରିଆକସ୍ନ।