Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟ ଅବକାରୀ ବିଭାଗ ବାଟବଣା

1/05/2018 at 12:13 AM

ରାଜ୍ୟ ଅବକାରୀ ବିଭାଗ ବାଟବଣା ।ଅବକାରୀ ବିଭାଗ ଅଧିକାରୀ ମାନେ ସରକାରଙ୍କ ପ୍ରେସକ୍ରାଇବ ପ୍ରୋସିଜର ଫଲୋ କରୁ ନାହାନ୍ତି । ସେହିପରି ଜବତ ହେଉଥିବା ଅବକାରୀ ସାମଗ୍ରୀ କୋର୍ଟରେ ଉପସ୍ଥାପନ ହୋଇପାରୁନି । ଜବତ ଅବକାରୀ ସାମଗ୍ରୀ ବିକ୍ତି ହୋଇ ନପାରିବାରୁ ସରକାରଙ୍କ ରାଜସ୍ବ କ୍ଷତି ହେଉଛି । ସେହିପରି ମାମଲା ବିଚାର ଲାଗି କୋର୍ଟ ନାହିଁ । ଆଜି ଗୃହରେ ଏମିତି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ । ଏମିତିକି ଅବକାରୀ ମାମଲାରେ ଦଣ୍ଡବିଧାନର ହାର ମଧ୍ୟ ନଗନ୍ୟ ରହିଛି । ୨୦୧୬ରେ ଦଣ୍ଡ ବିଧାନ ହାର ୦.୩୬ ପ୍ରତିଶତ ଥିବାବେଳେ ୨୦୧୭ରେ ୩.୪୬ ପ୍ରତିଶତ ଓ ୨୦୧୮ରେ ଏଯାଏ ୩.୬୨ ପ୍ରତିଶତ ହୋଇଛି ବୋଲି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ । ସେପଟେ ଅବକାରୀ ମନ୍ତ୍ରୀଙ୍କ ଉତ୍ତରକୁ ନେଇ ବିଭାଗ ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

Leave a Reply

   Related Posts