Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ରାଜ୍ୟରେ ବଢ଼ୁଛି ସୀମା ବିବାଦ, ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ ଅନ୍ୟପଟେ ପଶ୍ଚିମବଙ୍ଗ

24/02/2021 at 8:29 PM

କୋରାପୁଟ୨୪/୨: ଓଡିଶାର ୧୪ଟି ଜିଲ୍ଲାର ସୀମାକୁ ପଡୋଶୀ ସାମା ଲାଗି ରହିଛି। ବର୍ତ୍ତମାନ କୋରାପୁଟ ସହ ଅନ୍ୟ ୬ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି। ଏହି ସବୁ ଜିଲ୍ଲା ହେଲା ବାଲେଶ୍ୱର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ନୂଆପଡା। କୋଟିଆର ୨୧ଟି ପଞ୍ଚାୟତ ରାଜ୍ୟ ସରକାରଙ୍କ ଅଧିନରେ ଅଛି। ପୂର୍ବରୁ କୋଟିଆରେ ଆନ୍ଧ୍ର ସରକାର ନିର୍ବାଚନ ପ୍ରଥା ନଆପଣାଇ ପଞ୍ଚାତୟରେ ପ୍ରେସିଡେଣ୍ଟ ବା ସଭାପତି ଚୟନ କରୁଥିଲା।

ଚଳିତ ଥର କୋଟିଆରେ ନିର୍ବାଚନ କରିଛି ଆନ୍ଧ୍ର ସରକାର। ରାଜ୍ୟ ସରକାର ଏ କଥା ସୁପ୍ରିମକୋର୍ଟକୁ ଜଣାଇଛନ୍ତି। ଏ ସଂପର୍କରେ ସୁପ୍ରିମକୋର୍ଟ ୪ ସପ୍ତାହ ସମୟ ମାଗିଛନ୍ତି। ଆନ୍ଧ୍ର ସରକାର କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ନେଇ ରାଜ୍ୟ ସରକାର ଅଦାଲତରେ ଅବମାନନା ଦାୟର କରିଛନ୍ତି। ରାଜ୍ୟ ସରକାର କୋଟିଆର ଉନ୍ନୟନ ମୂଳକ କାମ କରୁଛନ୍ତି। କୋଟିଆ ବିବାଦ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି।

 ସେହିପରି ବାଲେଶ୍ଵର ଜିଲ୍ଲାର ସାହାବାଜପୁର, ବିଲାସପୁର, ଗୋପାଳପୁର, ମାଁକଡ଼ିଆ, କୁଅଁରପୁର, ତୋଟାପଡା ଏବଂ ବେହେରାସାହି ଆଦି ଗାଁମାନଙ୍କରେ ପଶ୍ଚିମବଙ୍ଗ ସହ ସୀମା ବିବାଦ ଲାଗି ରହିଛି। ଓରସାକ ସହାୟତାରେ ଗ୍ରାଉଣ୍ଡ କଣ୍ଟ୍ରୋଲ ପଏଣ୍ଟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲାର ୪ଟି ଗାଁର ସୀମା ବିବାଦ ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ ଜିଲ୍ଲାରେ ଆନ୍ଧ୍ରପ୍ରଦେଶର ମଦନପୁର ଗ୍ରାମ ସହିତ ବିବାଦ ରହିଛି। ଗଜପତି ଜିଲ୍ଲା ସମେତ କେନ୍ଦୁଝର ଓ ନୂଆପଡ଼ା ଜିଲ୍ଲାରେ ବିବାଦର ସମାଧାନ ପାଇଁ ଉଦ୍ୟମ ହେଉଛି। କିନ୍ତୁ ପଡ଼ୋଶୀ ରାଜ୍ୟର ସୀମା ଅତିକ୍ରମକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ।

   Related Posts