Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ରାଜ୍ୟରେ ତେଲୁଗୁ ଦେଶମ ପାର୍ଟି ଭୋଟ ଭାଗ କରିବା ଭୟ: ବିଜେଡି ଗଠନ କଲା ତେଲୁଗୁ ସାମ୍ମୁଖ୍ୟ

19/02/2019 at 4:52 PM

ଜୟପୁର୧୯|୧(ପଦ୍ମନାଭ ହୋତା) ତେଲୁଗୁ ଦେଶମ ପାର୍ଟିର ନଜର ଏବେ ଓଡିଶା ଉପରେ । ଓଡିଶାର ତେଲୁଗୁ ଭୋଟର ଥିବା ସ୍ଥାନ ମାନଙ୍କରେ ଟିଡିପି ପ୍ରାର୍ଥୀ ଦେବ ବୋଲି ଘୋଷଣା କରି ସାରିଛି  । ଆଉ ଏପରି ଯଦି ହୁଏ ତେଲୁଗୁ ଭୋଟ ଭାଗ ଭାଗ ହେବାର ଆଶଙ୍କା କରୁଛି ବିଜେଡି ।ତେଣୁ ତେଲୁଗୁ ଭୋଟରଙ୍କୁ ଏକାଠି କରି ନିଜ ପକ୍ଷକୁ ଆଣିବାକୁ ବିଜେଡି ଆରମ୍ଭ କରିଛି ପ୍ରୟାସ।ପ୍ରଥମ ଥର ପାଇଁ ବିଜେଡି ତରଫରୁ ତେଲୁଗୁ ସେଲ ଗଠନ କରାଯାଇଛି । ତେଲୁଗୁ ଭାଷା ଭାଷୀଙ୍କୁ ଆକୃଷ୍ଠ କରିବାକୁ  ସେମାନେ ରହୁଥିବା ସ୍ଥାନମାନଙ୍କରେ ଆରମ୍ଭ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଛି ବିଜେଡି ।

ତେଲୁଗୁ ଭୋଟରଙ୍କୁ ନିଜ ପକ୍ଷକୁ ଆଣିବାକୁ ବିଜେଡିର ପ୍ରୟାସ।ପ୍ରଥମ ଥର ପାଇଁ ତେଲୁଗୁ ଲୋକଙ୍କ ପାଇଁ ଗଠନ ହେଲା ବିଜେଡି ତେଲୁଗୁ ସାମ୍ମୁଖ୍ୟ।ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ଗଂଜାମ ଓ ଗଜପତି ଜିଲ୍ଲାକୁ ନେଇ ଏହି ସାମ୍ମୁଖ୍ୟ ଗଠନ କରା ଯାଇଛି।ରାଜ୍ୟ ସଭା ସାଂସଦ ଭାସ୍କର ରାଓ ଓ ମନ୍ତ୍ରୀ ଉଷା ଦେବୀଙ୍କ ନେତୃତ୍ବରେ ଏହି ସାମୁଖ୍ୟ ଗଠନ କରାଯାଇଛି । ୬ଟି ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତେଲୁଗୁ ଭୋଟରମାନେ ନିର୍ଣାୟକ ଭୂମିକା ନେଇଥାଆନ୍ତି ।

ସେପଟେ   ତେଲୁଗୁ ଦେଶମ ପାର୍ଟି ଆଗାମୀ ନିର୍ବାଚନରେ ଏ ସବୁ ସ୍ଥାନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିବା ପରେ ଭୋଟ ଭାଗ ଭାଗ ହେବା ଆଶଂକା ରହିଛି। ତେଲୁଗୁ ସାମ୍ମୁଖ୍ୟ ଗଠନ ହେବା ପରେ ଜୟପୁରରେ ଏହାର ପ୍ରଥମ ସମାବେଶ ଅନୁଷ୍ଠିତ ହୋଇଛି ।ଏହି ଅବସରରେ ତେଲୁଗୁ ଭୋଟରଙ୍କ ପାଇଁ ଅନେକ ଯୋଜନା ବି ଘୋଷଣା କରାଯାଇଥିଲା ।

ସେପଟେ ବିଜେଡିର ତେଲୁଗୁ ସାମ୍ମୁଖ୍ୟ ଗଠନକୁ ସମାଲୋଚନା କରିଛନ୍ତି ବିରୋଧୀ।୧୯ ବର୍ଷର ଶାସନ ପରେ ତେଲୁଗୁ ଲୋକଙ୍କ କଥା ବିଜେଡିର ମନେ ପଡିଲା ବୋଲି କହି କଟାକ୍ଷ କରିଛନ୍ତି ଜୟପୁର ବିଧାୟକ ।ରାଜ୍ୟ ସରକାର ତେଲୁଗୁ ଲୋକଙ୍କ ପାଇଁ କିଛି କରିନଥିବାରୁ ତେଲୁଗୁ ଭୋଟର ବିଜେଡିଠୁ ଦୂରେଇ ଯାଇଥିବା ସେ କହିଛନ୍ତି ।ତେବେ ତାରାଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ରବି ନନ୍ଦ।ବିଜେଡିର ଏପରି ଯୋଜନାରୁ ଦଳକୁ କେତେ ଫାଇଦା ମିଳିବ ତାହା ଆଗାମୀ ନିର୍ବାଚନ ପରେ ହିଁ ଜଣା ପଡିବ।

   Related Posts