Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରିବାକୁ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଏମକେ ଷ୍ଟାଲିନ, କଂଗ୍ରେସ କ୍ଷୁବ୍ଧ

21/05/2021 at 10:04 PM

ଚେନ୍ନାଇ ୨୧।୦୫: ତାମିଲନାଡୁର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସାତ ଦୋଷୀଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି। ତେବେ ସରକାରରେ ସହଯୋଗୀ କଂଗ୍ରେସ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିଛି। ଦଳ କହିଛି ଷ୍ଟାଲିନଙ୍କ ଏହି ଦାବିରେ ଆମେ ସହମତ ନୁହଁ। ପାର୍ଟି  କହିଛି, ଏହି ପରି ରାଜନୈତିକ ଚାପକୁ ଆମେ ଅସ୍ଵୀକାର କରୁଛୁ। ଡିଏମକେ ପ୍ରମୁଖ ଷ୍ଟାଲିନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖି ହତ୍ୟାର ଦୋଷୀଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି।

ଏହାର ଗୋଟିଏ ଦିନ ପରେ ତାମିଲନାଡୁ କଂଗ୍ରେସ କମିଟି(ଟିଏନସିସି)ର ସଭାପତି କେଏସ ଆଲଗିରି କହିଛନ୍ତି, ପାର୍ଟିର ଏହି ପ୍ରସଙ୍ଗ ଏବଂ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ମାମଲାରେ ଆମେ ଷ୍ଟାଲିନଙ୍କୁ ସମର୍ଥନ କରୁନାହୁଁ କି ଏଥିରେ ସହମତ ମଧ୍ୟ ନୁହଁ।

ରାଜୀବ ଗାନ୍ଧୀଙ୍କ ୩୦ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପାର୍ଟି ମୁଖ୍ୟାଳୟରେ ଫଟୋରେ ପୁଷ୍ପ ଅର୍ପଣ କରିବା ପରେ ଆଲଗିରି କହିଛନ୍ତି, ଦୋଷୀଙ୍କଠାରେ ଧର୍ମ, ଜାତି, ଭାଷା ଓ ଗୋତ୍ର ଆଧାରରେ ପ୍ରଭେଦ କରିବା ଉଚିତ୍ ନୁହେଁ। ସେ କହିଛନ୍ତି, କେବଳ ଅଦାଲତ ଦ୍ଵାରା ଦୋଷୀଙ୍କୁ  ସଜା ମିଳିବା ଉଚିତ୍ ଏବଂ ମୁକ୍ତ କରିବା ଉଚିତ୍। ଏମିତି ମାମଲାରେ ରାଜନୈତିକ ଚାପ ପକାଇବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

   Related Posts