ରାଜୀବ ଆବାସିକ ଯୋଜନାରେ ନିର୍ମିତ ଗୃହକୁ ସ୍ଥାନାନ୍ତରିତ ପାଇଁ ବି.ଏମ୍.ସି କମିଶନରଙ୍କ ନିକଟରେ ଫେରାଦ୍ ହେଲେ ପିଚିପିଚାନଗର ବସ୍ତି ବାସିନ୍ଦା
20/06/2018 at 9:53 PM

ଗରୀବ ଲୋକଙ୍କୁ ପକ୍କା ଘର ଯୋଗାଣ ପାଇଁ ସରକାରଙ୍କ ପକ୍ଷରୁ ସମସ୍ଥ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଠା କାର୍ଯ୍ୟ ମଧ୍ୟ ସରିଛି। ହେଲେ ନୂତନ କୋଠାକୁ ଯାଇପାରୁନାହାନ୍ତି ପିଚିପିଚା ନଗର ବସ୍ତି ବାସିନ୍ଦା। ବର୍ଷା ଋତୁ ପୂର୍ବରୁ ତୁରନ୍ତ ନିର୍ମାଣଧୀନ କୋଠାକୁ ସ୍ଥାନାନ୍ତରଣ କରିବାକୁ ବସ୍ତିବାସିନ୍ଦା ଦାବୀ କରିଛନ୍ତି। ଏନେଇ ଆଜି ବସ୍ତିବାସିନ୍ଦା ବି.ଏମ୍.ସି କମିଶନରଙ୍କୁ ସାକ୍ଷାତ କରି ଗୁହାରୀ ଜଣାଇଛନ୍ତି। ନିୟମା ଅନୁଯାୟୀ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ବି.ଏମ୍.ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର୍।