Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ରାଉରକେଲା Steel Plant ବର୍ଯ୍ୟ ନାଳରେ ନିଖୋଜ ୫ ଯୁବକଙ୍କ ମଧ୍ୟରୁ ଜଣଙ୍କର ମୃତ ଦେହ ଉଦ୍ଧାର

9/06/2018 at 11:28 PM

ରାଉରକେଲା ଉଦିତ ନଗର ଶୀତଳପଡ଼।ର ୫ ଜଣ ଗତ ରବିବାର ଠାରୁ ନିଖୋଜ ଥିବାର ପରିବାର ଲୋକେ ଉଦିତ ନଗର ଥାନାରେ ଲିଖତ ଅଭିଯୋଗ କରିଛନ୍ତି। ନିଖୋଜ ଥିବା ୫ ଜଣ ଯୁବକ ଗତ ରବିବାର ରାତିରେ ରାଉରକେଲା Steel Plantର ୯ ନମ୍ବର ଆଉଟଫଲ ଟନେଲ (ଯେଉଁ ଟନେଲ ଦେଇ Steel Plant ଦୁଷିତ ପାଣି ନିଷ୍କାସନ ହୁଏ ) ସେହି ଡ୍ରେନ୍ ଦେଇ ଚୋରୀ କରିବା ଉଦେଶ୍ୟରେ Plant ଭିତରକୁ ପଶିଥଲେ। ୫ ଜଣ ନିଖୋଜ ମଧ୍ୟରୁ ନିଖୋଜ ରାଜୁ ନାଏକଙ୍କ ପତ୍ନୀ ଉଦିତ ନଗର ଥାନାରେ ନିଖୋଜ ଅଭିଯୋଗ କରିବା ପରେ, ଉଦତ ନଗର ପୋଲିସ ସହ ଟାଙ୍ଗପାଲି ପୋଲିସ ମିଳିତ ଭାବରେ Steel Plant ଭିତରକୁ ଯାଇ ଗତ କାଲି ତଦନ୍ତ ଆରମ୍ଭ କରିଥବା ବଳେ, ଆଜି ଉଦିତ ନଗର ପୋଲିସ, ଟାଙ୍ଗରପାଲି ପୋଲିସ, ଓଡ୍ରାଫ୍ ଟିମ୍ ସହ ଅଗ୍ନିଶ୍ରମ ବିଭାଗ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟରେ ଲାଗିଥଲେ। ସଂଧ୍ୟାରେ ଜଣକର ମୃତ ଦେହ ଉଦ୍ଧାର କରାଯାଇଥବା ବଳେ ଆଉ ୪ ଟି ମୃତ ଦେହ ଟନେଲର ପାଣିରେ ବୁଢ଼ି ରହିଥବାର ଉଦ୍ଧାରକାରୀ ଦଳ ସ୍ପଷ୍ଟ କରିଛନ୍ତି। ଆସନ୍ତା। କାଲି ଆଉ ୪ ଜଣଙ୍କ ମୃତ ଦେହ ଉଦ୍ଦାର କରାଯିବ। ବସ୍ତି ବାସିନ୍ଦାଙ୍କ କହିବା କଥା ଯେ ଗତ ୩ ତାରିଖ ଦିନ ପ୍ରଥମେ ଏହି ଟନେଲ ଦେଇ ଦେଇ ୪ ଜଣ ଭିତରକୁ ପଶିଥିଲେ ଘରକୁ ନଫେରିବାରୁ ପରିବାର ଲୋକେ କିଛି ଲୋକଙ୍କ କହିଥିଲେ ଖୋଜାଖୋଜି କରିବା ପାଇଁ । ତା ପର ଦିନ ଅର୍ଥ।ତ ୪ ତାରିଖ ଦିନ ଆଉ ପାଞ୍ଚ ଜଣ ସେହି ଟନେଲ ପାଖକୁ ଯାଇ ଟନେଲ ବାହାରେ ୩ଜଣ ରହିଥବା ବଳେ ଆଉ ଦୁଇ ଜଣ ଟନେଲ ଭିତରକୁ ପଶିଥଲେ ସେଥି ମଧ୍ୟରୁ ଜଣେ ଟନେଲ ଭିତରେ ବୁଢ଼ଯାଇଥିଲା। ଆଉ ଜଣେ ଚିତ୍କାର କରିବାରୁ ତାକୁ ବାହାରେ ଜଗି ରହିଥିବା ୩ଜଣ ଦୈ।ଡ଼ି ମାଧ୍ୟମରେ ବାହାରକୁ ବାହାର କରିଥିଲେ। ଯାହା ଫଳରେ ତାର ଜୀବନ ବଞ୍ଚି ଯାଇଥିଲା । ତା ପରେ ଗତ କାଲି ଉଦିତ ନଗର ଥାନାରେ ନିଖୋଜ ଅଭିଯୋଗ ହେବା ପରେ ଆଜି ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଜଣେ ଉଦ୍ଦାର ହୋଇଥବା ଯୁବକର ନାଁ ଗହନୁ ଲୋହାର ମୃତ ଦେହକୁ ପୋଲିସ ଜବତ କରି ରାଉରକେଲା ସରକାରୀ ଡ଼।କ୍ତରଖାନା ଶବ ଗୃହରେ ରଖାଯାଇଛି ଆସନ୍ତା କାଲି ଶବ ବ୍ୟବଛେଦ କରାଯିବ। ବାରମ୍ବାର ଏପରି ଚୋରୀ ହେଉଥିବାରୁ ସ୍ଥାନୀୟ ଲୋକେ Steel Plant କତୃପକ୍ଷଙ୍କୁ ଅବଗତ କରୁଥଲେ ମଧ୍ୟ ତାହା ବନ୍ଦ ହେଉନାହିଁ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏହି ମଧ୍ୟ ଯେ Steel Plant କତୃପକ୍ଷ Steel Plantର ସୁରକ୍ଷା କର୍ମୀଙ୍କ ଅବଗତରେ ଏହି ଚୋରୀ ହେଉଛି ତେଣୁ ଆସନ୍ତା ୧୧ ତାରିଖ ଦିନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଙ୍କ ସହ ସେଲର ଅଧ୍ୟକ୍ଷ ରାଉରକେଲା ଆସୁଥିବାରୁ ତାଙ୍କୁ ଲିଖତ ଅଭିଯୋଗ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

Leave a Reply

   Related Posts