Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ରାଉରକେଲାରେ ଦୁଇ ଦୁଇଟି ଲୁଟ୍, ବ୍ୟାଙ୍କରୁ ୪୨ ଲକ୍ଷ ବାଟରୁ ୪ ଲକ୍ଷ

19/06/2018 at 9:35 PM

ଆଜି ସକାଳ ପ୍ରାୟ ୧୦ଟା ସମୟରେ ରାଉରକେଲା ମଧୁସୁଦନ ମାର୍ଗ ନିକଟ ଇଣ୍ଡିଆନ୍ ଓଭରସୀଜ୍ ବ୍ୟଙ୍କରୁ ଡ଼କାୟତି ହୋଇଛି ୪୨ ଲକ୍ଷ । ୯.୪୫ରୁ ୫୫ ମିନିଟ୍‌ରେ ୫ରୁ ୭ ଜଣ ଦୁର୍ବୁତ ଆସି ବାଇକ ରେ ଆସି ପ୍ରଥମେ ବ୍ୟାଙ୍କ ସାମ୍ନାରେ ଛିଢ଼। ହୋଇଥିଲେ । ବ୍ୟାଙ୍କ ପ୍ରଥମ ମହଲାରେ ଥିବାବଳେ ସେମାନେ ପ୍ରଥମ ମହଲାକୁ ଯାଇଥିଲେ । ବ୍ୟାଙ୍କ ଖୋଲାଯାଉିବା ସମୟରେ ବ୍ୟାଙ୍କ କର୍ମଚାରୀଙ୍କୁ ମାଉଜର ଦେଖାଇ ମାଗିଥିଲେ ଷ୍ଟ୍ରଙ୍ଗରୁମ୍ ଚାବି। କର୍ମଚାରୀମାନେ ବାରଣ କରିବାରୁ ତାଙ୍କୁ ମାଡ଼ ମାରି ଗୋଟିଏ କୋଣରେ ରଖି ଚାବି ଛଢ଼।ଇ ଲୁଟିନଲେ ୪୨ ଲକ୍ଷ । ପ୍ରତ୍ୟକ୍ଷଦର୍ଶୀ ବ୍ୟାଙ୍କ କର୍ମଚାରୀମାନେ କହିବା କଥା ଯେ ସସସ୍ତେ ହିନ୍ଦି ଭାଷାରେ କଥାବାର୍ତ୍ତା କରୁଥିବା ବଳେ ଜଣେ ମାତ୍ର ହେଲମେଟ୍ ପିନ୍ଦିଥିବା ଆଉ ସମସ୍ତଙ୍କ ମୁହଁ ଖୋଲାଥିଲା । ୫ ରୁ ୭ଜଣ ମାଉଜର ଧରିଥିବା ବଳେ ଜଣେ କାର୍ବା।ଇନ୍ ବନ୍ଧୁକ ଧରିଥିଲା। ପ୍ରମାଣ ନଷ୍ଠ କରିବାକୁ ଯାଇ ଡ଼କାୟତ ମାନେ ସିସି ଟିଭିର ହାଡ଼ର୍ଡ଼ସ୍କି ନେଇଯାଇଛନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପ୍ଲାଣ୍ଟ ସାଇଟ୍ ପୋଲିସ ପହଞ୍ଚିବା ସହ ରାଉରକେଲା ଏସ୍ପି ପଶ୍ଚିମାଞ୍ଚଳ ଡ଼ିଆଜି ପ୍ରତ୍ୟକ୍ଷ ଭାବରେ ତଦନ୍ତ କରୁଛନ୍ତି । କିଛି ଦିନର ନିରବତା ପରେ ରାଉରକେଲାରେ ପୁଣି ସ୍ପଷ୍ଟ ଦିବା ଲୋକୋରେ ବ୍ୟାଙ୍କ ଲୁଟ ହେଉଛି ଯାହା ପୋଲିସ ପାଇଁ ମୁଣ୍ଡବ୍ୟଥା ।
ଏହି ଡ଼କାୟତି ଘଟଣାରେ ଏସ୍ପିଙ୍କ ସହ ପଶ୍ଚିମାଞ୍ଚଳ ଡ଼ିଆଜି ମୁହଁ ଖୋଲୁନଥିବା ବଳେ ତଦନ୍ତକାରୀ ପୋଲିସ ଅଧତ୍କାରୀ କହିଛନ୍ତି ଯେ ତଦନ୍ତ ଚାଲିଛି । ଅନ୍ୟ ପକ୍ଷରେ ରାଉରକେଲା ସେକ୍ଟର-୧୬ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରୁ କଚାରୁ ବ୍ୟାଙ୍କ ଅଫ ଇଣ୍ଡିଆକୁ ୪୍ଲକ୍ଷ ଟଙ୍କା ବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀ ନେଇ ଯାଉଥିବା ବଳେ ପସରା ନିକଟରେ ବାଇକରେ ଆସି ୩ ଦୁର୍ବୁତ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି ୪ ଲକ୍ଷ ଟଙ୍କା ।

   Related Posts