Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାଇସ ମିଲ୍ ନାଁରେ ଧରାପଡିଲା ମିଲର୍ସଙ୍କ କଳା କାରନାମା : Excluisive report

14/06/2018 at 5:04 PM

ରାଇସ ମିଲ ନାଁରେ ମିଲର୍ସଙ୍କ କଳା କାରନାମା। କଷ୍ଟମ ମିଲିଂ ନାଁରେ ମହା ଘୋଟାଲା। ସିଧା ସଳଖ ସରକାରଙ୍କୁ ଦେଉଛନ୍ତି ଧୋଖା। ଏଫଏକ୍ୟୁ ମାନର ଧାନ କହି ଲୋ ଗ୍ରେଡ ଧାନର ଚାଉଳ ଯୋଗାଉଛନ୍ତି ସରକାରଙ୍କୁ। ଏ ନେଇ ନିୟୁଜ ସେଭେନ ହାତରେ ଲାଗିଛି କଳାକାରବାରର ଠୋସ ସୁରାକ। ଏ ଅଭିଯୋଗ ଉଠିଛି ବଳାଂଗୀର ଜିଲ୍ଳା ବେଲପଡା- କଣ୍ଟାବାଂଜି ରାସ୍ତାରେ ଥିବା ଶ୍ୟାମଜୀ ରାଇସ ମିଲ ନାଁରେ। ଅଭିଯୋଗ ପରେ ରାଜ୍ୟ ସ୍ତରୀୟ ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ଉ କରିଛି ଶ୍ୟାମଜୀ ରାଇସ ମିଲ ଉପରେ। ଏପରିକି ଶ୍ୟାମଜୀ ମିଲ ଗତ ଖରିଫରେ ମିଲିଂ ପାଇଁ ପ୍ୟାକ୍ସରୁ ଉଠାଇଥିବା ଧାନର ଷ୍ଟକରୁ ୩୫୦ କ୍ୟୁଣ୍ଟାଲରୁ ବି ଅଧିକ ଚାଉଳ କମ୍ ଥିବା ଚଢ଼ଉ ବେଳେ ଜାଣିବାକୁ ପାଇଛି ସ୍ବାତନ୍ତ୍ର ସ୍କ୍ବାର୍ଡ। ସେହିପରି ମିଲରେ ଗଚ୍ଛିତ ଥିବା ୧୧ ହଜାର କ୍ବିଣ୍ଟାଲ ଧାନ ଅନ୍ୟ ଦୁଇଟି ମିଲକୁ ଦେବାକୁ ନିର୍ଦେଶ ଦେଇଛି ରାଜ୍ୟ ସ୍ତରୀୟ ସ୍ବତନ୍ତ୍ର ସ୍କ୍ବାର୍ଡ। ତେବେ ଏନେଇ ସ୍ବତନ୍ତ୍ର ଏସଫେର୍ସମେଣ୍ଟ ସ୍କାର୍ଡ ଯୋଗାଣ ବିଭାଗକୁ ନିଦ୍ଦେଶ ଦେଇଛି। ମିଲର ନାଁରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ।

   Related Posts