Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରସଗୋଲା ପରେ ରସାବଳୀ : ଆରିସା, କାକରା, ପାଳୁଅ ଲଡୁ ,ଛେନାପୋଡ ଓ ରସାବଳୀକୁ ଜିଆଇ ଟ୍ୟାଗ ଦାବି

30/07/2019 at 5:55 PM

ଭୁବନେଶ୍ବର ୩୦/୭: ବାଟ ଦେଖାଇଛି ଓଡିଶା ରସଗୋଲା ବିଜୟ । ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଏବେ ରାଜ୍ୟର ଅନ୍ୟ ପାରମ୍ପରିକ ଖାଦ୍ୟ ପଦାର୍ଥର ଜିଆଇ ଟ୍ୟାଗ ଲାଗି ପ୍ରକ୍ରିୟା ଆରମ୍ଭ କରିବା ପ୍ରସଙ୍ଗ ଉଠୁଛି ବିଧାନସଭାରେ । ଓଡିଶାର ଆରିସା, କାକରା, ପାଳୁଅ ଲଡୁ ,ଛେନାପୋଡ ଓ ରସାବଳୀର ଜିଆଇ ମାନ୍ୟତା ଲାଗି ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ବିଧାନସଭାରେ ଦାବି କରିଛନ୍ତି ଉଭୟ ବିରୋଧୀ ଓ ଶାସଦ ଦଳର ସଦସ୍ୟ ।

ରସଗୋଲା ପରେ ରସାବଳୀ । ରସଗୋଲାକୁ ଜିଆଇ ଟ୍ୟାଗ ମିଳିବା ପରେ ଆରିସା, କାକରା, ପାଳୁଅ ଲଡୁ, ଛେନାପୋଡ ଓ ରସାବଳୀ ପାଇଁ ଜୋର ହେଲାଣି ଦାବି । ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ସଭ୍ୟ ଏମିତି ଦାବି ଉଠାଇଛନ୍ତି । ହାତରୁ ଖସିଯାଉ ଯାଉ ରସୋଗଲାକୁ ଜିଆଇ ଟ୍ୟାଗ ମିଳିବା ଓଡିଶାର ବିଜୟ ବୋଲି ଦର୍ଶାଇଛନ୍ତି ବିଧାୟକ । ଦାବି ହୋଇଛି ରସଗୋଲା ପରି ଓଡିଶା ସଂସ୍କୃତି ଓ ପରମ୍ପରା ସହ ଜଡିତ ଆରିଶା, କାକରା ପିଠାର ବିଦେଶରେ ବି ଚାହିଦା ରହିଛି । କେବଳ ଏତିକି ନୁହେଁ ରସାବଳୀ, ଛେନାପୋଡ, ପାଳୁଅ ଲଡୁକୁ କିପରି ଜିଆଇ ମାନ୍ୟତା ମିଳିବ ସେନେଇ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଧାନସଭାରେ ସ୍ବର ଉଠାଇଛନ୍ତି ଉଭୟ ଶାସକ ଓ ବିରୋଧୀ ସଦସ୍ୟ ।  

 ରସଗୋଲାକୁ ନିଜର କହି ଓଡିଶା ହାତରୁ ଛଡାଇନେବାକୁ ବସିଥିଲା ପଶ୍ଚିମବଙ୍ଗ । ଏମିତିକି ବେଙ୍ଗଲ ରସୋଗଲା ନାଁରେ ଜିଆଇ ମାନ୍ୟତା ବି ହାସଲ କଲା । ଓଡ଼ିଶାର ଯୁକ୍ତି କିନ୍ତୁ ଥିଲା ଅକାଟ୍ୟ । ଶେଷରେ ଓଡିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା । ଏହାକୁ ନେଇ କେବଳ ବ୍ୟବସାୟୀ ନୁହଁନ୍ତି, ସାରା ରାଜ୍ୟ ବାସୀ ଖୁସି । ସେପଟେ ନିଜ ନିଜ ଅଞ୍ଚଳର ପାରମ୍ପରିକ ଖାଦ୍ୟକୁ ନେଇ ସ୍ଥାନୀୟ ଲୋକେ ଓ ବ୍ୟବସାୟୀ ବି ସମାନ ଦାବି ଉଠାଇଲେଣି । ସବୁର ତଥ୍ୟ ଯୋଗାଡ କରି ଆବେଦନ କରାଯିବ ବୋଲି କହିଛନ୍ତି MSME ମନ୍ତ୍ରୀ ।

କେବଳ ଦାବି କରି ବସିପଡିଲେ ଚଳିବନି,  ବେଳ ଥାଉ ଥାଉ ଏନେଇ ସରକାର ପଦକ୍ଷେପ ନେବା ଜରୁରୀ । ରସଗୋଲା ପରି ସରକାର ଠିକଣା ସମୟରେ ରସାବଳୀ , ଛେନାପୋଡ, କାକରା, ପାଳୁଅ ଲଡୁକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଦାବି କରିବା ଆବଶ୍ୟକ ।

   Related Posts