ରଥଯାତ୍ରା ପାଇଁ OTDC ପକ୍ଷରୁ ୪ଟି ସ୍ୱତନ୍ତ୍ର ବସର ଶୁଭାରମ୍ଭ
14/06/2018 at 12:02 AM

ରଥଯାତ୍ରା ପାଇଁ OTDC ପକ୍ଷରୁ ୪ଟି ସ୍ବତନ୍ତ୍ର ବସର ଶୁଭାରମ୍ଭ । ଯାତ୍ରୀମାନଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବସର ସୁବିଧା କରାଯାଇଛି । ପାନ୍ଥନିବାସରେ ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ବସର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବରରେ ଦୁଇଟି ବସ୍, କଟକ ଓ ସମ୍ବଲପୁରରେ ଗୋଟିଏ ଲେଖାଏଁ ବସର ଶୁଭାରମ୍ଭ କରାଯାଇଛି ।ରଥଯାତ୍ରା ବୁଲିବାକୁ ଚାହୁଁଥିବା ବ୍ୟକ୍ତି OTDC ୱେବସାଇଟ୍କୁ ଯାଇ ଅନଲାଇନ୍ରେ ବୁକିଂ କରିପାରିବେ । ବୁକିଂ କରାଯାଇଥିବା ସ୍ଥାନରୁ ଯାତ୍ରୀଙ୍କୁ ପୁରୀ ଯିବା ପାଇଁ ସେଥିରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାସହ ଖାଇବାର ମଧ୍ୟ ବ୍ୟବସ୍ଥା ରହିଛି।
Related Posts
ପୃଥିବୀରୁ କିପରି ହେଲା ଡାଇନେସ୍ୱରଙ୍କ ଅନ୍ତ ? ଏନେଇ ବୈଜ୍ଞାନିକ କଲେ ଖୁଲାସା
27 February 2021
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ
27 February 2021
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021