ଯୌତୁକ ପାଇଁ ନବବଧୂ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେଲେ ଶ୍ୱସୁର ଘର ଲୋକେ
29/05/2018 at 10:04 PM

ଯୌତୁକ ପାଇଁ ବୋହୂକୁ ପୋଡ଼ି ମାରିଦେଲେ ଶ୍ୱସୁର ଘର ଲୋକେ। ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ନୂଆାପାଟଣା ଗାଁର ଶିବ ବିଶ୍ୱାଳ ଏବଂ ତାଙ୍କ ପରିବାର ନାଁରେ ଆସଛି ଏଭଳି ସଂଗୀନ ଅଭିଯୋଗ। ଘଟଣାକୁ ନେଇ ପୋଲିସ ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଉଥିବା ବେଳେ ସେପଟେ ଝିଅର ମୃତଦେହ ଥାନା ଆଗରେ ରଖି ପରିବାର ଲୋକେ ଏବଂ ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି।